ମାଲକାନଗିରି: ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଜି ପୁଲିସ ଡିଜି ଅଭୟ ଉପସ୍ଥିତ ରହି ମାଓ ଦମନ ସମେତ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟରେ ନିଜର କାର୍ଯ୍ୟଦକ୍ଷତା ଦେଖାଇ ଥିବାରୁ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା। ଜିଲ୍ଲାରେ ମାଓ ଦମନ ହେଉ ବା ଗଂଜେଇ ଚାଲାଣ ରୋକିବାରେ ହେଉ କିମ୍ବା କୋଭିଡ ଯୋଦ୍ଧା ଭାବେ କାମ କରିଥିବା ହେଉ ଜିଲ୍ଲାର ୩୦ ଜଣ ପୁଲିସ କର୍ମଚାରୀଙ୍କୁ ଆଜି ସମ୍ମାନୀତ କରାଯାଇଥିଲା।
ଡିଜି ଅଭୟ ମାଲକାନଗିରି ପୁଲିସର ଭୃୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ମାଓବାଦୀଙ୍କ ଗଡ ହୋଇଥିବା ବେଳେ ପୁଲିସ ଧର୍ଯ୍ୟ ଏବଂ ସାହରର ସହ ସ୍ବାଭିମାନ ଅଂଚଳର ଯଡାମ୍ବ ଥାନାକୁ ପ୍ରତିଷ୍ଠା କରିବା ଏବଂ ହନ୍ତାଳଗୁଡା, ଗୋରାସେତୁ, ଯଡାମ୍ବ, ଅଣ୍ଡ୍ରାହାଲ, ମୁଦୁଲିପଡା ଠାରେ ବିଏସ୍ଏଫ କ୍ୟାମ୍ପ ପ୍ରତିଷ୍ଠାରେ ମଧ୍ୟ ନିଜର ସହଯୋଗ ପ୍ରଦାନ କରିଛନ୍ତି। ପୁଣି ସ୍ବାଭିମାନ ଅଂଚଳର ବିକାଶରେ ଭାଗିଦାର ହୋଇଛନ୍ତି। ତେଣୁ ସମସ୍ତ ପୁଲିସ ଅଧିକାରୀ ପ୍ରଶଂସାର ପାତ୍ର ବୋଲି କହିଥିଲେ। ଏହି ଅବସରରେ ଏମଭି-୨ ଠାରେ ଏସ୍ଡିପିଓଙ୍କ ନୂତନ କାର୍ଯ୍ୟାଳୟକୁ ମଧ୍ୟ ଉଦଘାଟନ କରିଥିଲେ।
/sambad/media/post_attachments/wp-content/uploads/2021/04/Mkg-police-DG-at-mkg-3-300x243.jpg)
ଡିଜି ଏହି ପରିପ୍ରେକ୍ଷୀରେ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲେ। ତେବେ ଆଜି ସମ୍ମାନୀତ ହୋଇଥିବା ଅଧିକାରୀମାନେ ହେଲେ ଏସପି ରିଶିକେଷ ଖାଲିରୀ, ଅତିରିକ୍ତ ଏସପି ଉଦ୍ଦବ ଚରଣ ନାୟକ, ମାଲକାନଗିରି ଏସଆଇ ସୁରଜ କୁମାର ଝଙ୍କାର, ଏସଆଇ ଅଂଶୁମାନ ପ୍ରଧାନ, ଏସ୍ଆଇ ଲକ୍ଷ୍ମୀ ନାରାୟଣ ମୁଦୁଲି, ହାବିଲଦାର ଉଦୟନାଥ ସାହୁ, ଏସ୍ଓଜି ହାବିଲଦାର କୁମାର ଥାପା, ସଂତୋଷ କୁମାର ବେହେରା, ଏପିଆର୍ କନେଷ୍ଟବଲ ଗୁରୁନାଥ କାବାସି, କନେଷ୍ଟବଳ ସଂଜୀତ ପୋଲ, ଗୁରୁଦେବ ପୂଜାରୀ, ଶ୍ୟାମ ସୁନ୍ଦର ବରଖା, ସଂତୋଷ ସେଠୀ, ଅଜୟ କୁମାର ଭୁମିଆ, ସୁଶାନ୍ତ କୁମାର ରାଉତ, ଓଏପିଏଫ୍ ଜଗବନ୍ଧୁ ପାଙ୍ଗି, ଅଶୋକ କୁମାର ପଡିଆମି, ଅର୍ଜୁନ ନାଲି, ଆଦିତ୍ୟ କୁମାର ମଲ୍ଲିକ, ପ୍ରହ୍ଲାଦ ବରଜା, ମୁନା ବାକା, ବୁଡୁ କିରସାନି, କାମରାମି ସିଙ୍ଗା, ସୁବାଷ ମାଡକାମୀ, ଗଂଗାଧର ମାଡକାମୀ, ଗୋପାଳ କୃଷ୍ଣ କୁମ୍ଭେ, ଗଂଗାଧର ମାଡକାମୀ, ଶରତ ଚନ୍ଦ୍ର ମାଡକାମୀ, ରାମୁ ଦୁରୁଆ ଏବଂ ସନ୍ୟାସୀ ଡୁମାଲି। ପରେ ଡିଡି ଅଭୟଙ୍କ ସହ ମାଲକାନଗିରି ଗସ୍ତରେ ଆସିଥିବା ଗୁଇନ୍ଦା ନିର୍ଦେଶକ ଆର.କେ.ଶର୍ମା, ଅପରେଶନ ଆଇଜିପି ଅମିତାଭ ଠାକୁର, ଏସ୍ଆଇଡବ୍ଲୁ ଡିଆଇଜି ଏ.କେ.ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ, ବିଏସ୍ଏଫ ଡିଆଇଜି ଏସ.କେ.ସିଂହ, ଏସ୍ପି ରିଶିକେଶ ଖିଲାରି ପ୍ରମୁଖ ମାଓ ଦମନ ନେଇ ରୁଦ୍ଧ ଦ୍ବାର ବୈଠକରେ ଯୋଗ ଦେଇଥିଲେ। ଗତକାଲି ସୀମାନ୍ତରେ ଘଟିଥିବା ବଡ ଧରଣର ନକ୍ସଲ ହମଲାକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ନକ୍ସଲ ଛତିଶଗଡରେ ଘଟଣା ଘଟାଇବା ପରେ ଓଡିଶାକୁ ଚାଲିଆସନ୍ତି। ତେଣୁ ସୀମାକୁ ସିଲ କରିବା ସହ ମାଓ ଗତିବିଧି ଉପରେ ଗୁଇନ୍ଦାକୁ ନଜର ରଖିବା ପାଇଁ କୁହାଯାଇଛି। ଏବେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ତେଣୁ ପାଦପାଦକେ ବିପଦ ରହିଥିବାରୁ ମାଓ ଦମନକୁ ଆହୁରି ଜୋରସୋରରେ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କୁହାଯାଇଛି।