ନକ୍ସଲ ପ୍ରବଣ ଗ୍ରାମରେ ଲୋକଙ୍କୁ ବିକାଶମୂଳକ କାମ ନେଇ ସଚେତନ କରାଇଲେ ବିଏସ୍‌ଏଫ୍‌ର ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ନାକାମାମୁଡି ପଞ୍ଚାୟତର ନକ୍ସଲ ପ୍ରବଣ ତେନ୍ତୁଳିପଦର ଗ୍ରାମରେ ୧୪୪ ବିଏସ୍‌ଏଫ୍‌ ବାଟାଲିୟନର ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଏସ୍‌ଏଫ୍‌ର କମାଣ୍ଡାଣ୍ଟ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସମେତ ଯବାନମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା।

ନକ୍ସଲ ଯୋଗୁଁ ହିଁ ଏହି ଅଂଚଳର ବିକାଶ ହୋଇପାରୁନଥିବା କୁହାଯାଇଥିଲା। ନକ୍ସଲଙ୍କୁ ସମର୍ଥନ ନକରି ଏଠାରେ ଅବସ୍ଥାପିତ ବିଏସ୍‌ଏଫ୍‌କୁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଥିଲା। ଲୋକମାନଙ୍କ ମଧ୍ୟ ଆଗକୁ ନକ୍ସଲଙ୍କୁ ସମର୍ଥନ ନକରି ସରକାଙ୍କର ସମସ୍ତ ବିକାଶ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯବାନ ଏଠାକୁ ନକ୍ସଲ ଦମନ କରିବାକୁ ଆସିଛନ୍ତି। ତେଣୁ ପ୍ରତ୍ୟେକ ଗ୍ରାମର ଲୋକେ ସେମାନଙ୍କୁ ନିଜର ବନ୍ଧୁ ବୋଲି ଭାବି ସେମାନଙ୍କୁ ସହଯୋଗ କରନ୍ତୁ।

ଏହି ଅବସରରେ ବିଏସ୍‌ଏଫ୍‌ ତରଫରୁ ଗ୍ରାମବାସୀମାନଙ୍କୁ ଶାଢୀ, ଲୁଙ୍ଗି, ଟି-ସାର୍ଟ, କଂସାବାସନ, ଖେଳ ସାମଗ୍ରୀ, ପିଲାଙ୍କୁ ବହିପତ୍ର, ପେନ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ପାଇଁ କୁହାଯାଇଥିଲା। ଏଥିସହ ସମସ୍ତଙ୍କୁ ମାସ୍କ ମଧ୍ୟ ପ୍ରଦାନ କରାଯାଇଥିଲା। ବିଏସ୍ଏଫ୍‌ର ଏହି ଜନସଂପର୍କ ଦ୍ବାରା ଯବାନ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର