କରୋନା ଲକ୍‌ଡାଉନ: ସଚେତନତା ବାର୍ତ୍ତା ବାଣ୍ଟିଲେ ଉପଜିଲ୍ଲାପାଳ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦିନ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରଖିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଅଯଥା ବାହାରେ ବୁଲାବୁଲି କରୁଥିବା ଲୋକମାନଙ୍କୁ ବାଲିଗୁଡା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ବାଲିଗୁଡା ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ ତୁମୁଡିବନ୍ଧ ବିଡ଼ିଓ ଅଗସ୍ତି ପ୍ରଧାନ ଓ ଥାନା ଅଧିକାରୀ ବାବା ଶଙ୍କର ସରାଫ ସବୁ ପଞ୍ଚାୟତର ସାହି ସାହି ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି।

ଅନ୍ୟପକ୍ଷରେ ଏତେ ସବୁ କରାଗଲେ ମଧ୍ୟ କିଛି ବ୍ୟକ୍ତି ଅଯଥାରେ ବାହାରେ ବୁଲୁଥିବା ଦେଖିଲେ ତୁରନ୍ତ ସେମାନଙ୍କୁ ଘରଭିତରକୁ ଯିବା ପାଇଁ ବାଧ୍ୟ କରାଯାଉଛି। କିଛି ବ୍ୟକ୍ତି ନିୟମକୁ ଭାଙ୍ଗି ବଜାରରେ ବୁଲୁଥିବା ବେଳେ ବାଲିଗୁଡା ଉପଜିଲ୍ଲାପାଳ ଓ ଏସଡ଼ିପିଓ ଅଭିନବ ଉପାୟରେ ଦଣ୍ଡ ଦେଇ ଥିଲେ। ସେମାନେ ସେମାନଙ୍କଭୁଲ କୁ ସ୍ୱୀକାର ହାତରେ ଏକ ପ୍ଲାଗ କାର୍ଡ ଧରାଇ ଫୋଟ ଉତ୍ତୋଳନ କରିଥିଲେ। ସେହିପରି ସବୁ ପଞ୍ଚାୟତରେ ଯେଉଁଠି ମେଡିକାଲର ଆବଶ୍ୟକ ରହିଛି ସେହି ସ୍ଥାନ ମାନଙ୍କରେ ଅସ୍ଥାୟୀ ଭାବରେ ଡାକ୍ତରଖାନା ଖୋଲିବା ପାଇଁ ସବୁ ବିଡ଼ିଓ ଓ ସରପଞ୍ଚମାନଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିବା କହିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀ ନନ୍ଦ।

ସମ୍ବନ୍ଧିତ ଖବର