କନ୍ଧମାଳ: ଗ୍ରାମାଞ୍ଚଳରେ କରୋନା ସଚେତନତା, ମାସ୍କ ଓ ସାବୁନ୍ ବାଣ୍ଟିଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

ଫୁଲବାଣୀ: କନ୍ଧମାଳର ଗ୍ରାମାଞ୍ଚଳରେ ସଚେତନତା ବାର୍ତ୍ତା ବାଣ୍ଟିଲା ଶ୍ରମିକ ସଂଗଠନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ଆଜି ସଂଗଠନ ପକ୍ଷରୁ ଫିରିଙ୍ଗିଆ ବ୍ଳକ ଜାର୍ଗିପଦର ଗାଁରେ କରୋନା କରୋନା ସଚେତନତା କରାଯାଇଛି। କରୋନା  ଭୟାବହତା ଓ ଏଥିରୁ ମୁକ୍ତି ନିମନ୍ତେ ହାତକୁ ବାରମ୍ବାର ସାବୁନରେ ଧୋଇବା, ଜରୁରୀ କାମ ନଥିଲେ ପଦାକୁ ନ ବାହାରିବା, ଥଣ୍ଡା ହୋଇଥିଲେ ମୁହଁରେ ମାସ୍କ ପିନ୍ଧିବା, ଗହଳି ସ୍ଥାନକୁ ନ ଯିବା ନେଇ ଗ୍ରାମବାସୀଙ୍କୁ ବିଶିଷ୍ଟ ଶ୍ରମିକ ନେତା ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ଘନ କୁମାର ଶବର ସଚେତନ କରାଇଥିଲେ।

ବି‌ଶେଷତଃ ଶ୍ରମିକ ଶ୍ରେଣୀୟ ଲୋକଙ୍କୁ ଫୋକସ୍  କରାଯାଇଥିଲା। ‌ଶେଷରେ  ସଂଗଠନ ପକ୍ଷରୁ ସମସ୍ତ ଗ୍ରାମବାସୀଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା। ଏହି ସମୟରେ ତହସିଲଦାର ପୁନମ ରାଉତ ଉପସ୍ଥିତ ଥିଲେ। ସଂଗଠନର ଏଭଳି କାର୍ଯ୍ୟକୁ ଗାମବାସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ପାଇଁ ସମାଜସେବୀ ହେମନ୍ତ କୁମାର କର ସହାୟତା କରିଥିଲେ। ସଂଗଠନର ବ୍ଳକ ସଭାପତି ଅକ୍ଷୟ କର୍ଣ୍ଣ ଓ ଯୁବ ସମାଜସେବୀ ସନ୍ତୋଷ ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

କଟକଣାକୁ ଖାତିର ନାହିଁ: ବାହାର ଜିଲ୍ଲାର ୨ ଜଣଙ୍କୁ ବାନ୍ଧିଲା ପୁଲିସ

କରୋନା ପାଇଁ କନ୍ଧମାଳ ଜିଲ୍ଲାର ସବୁ ପ୍ରବେଶ ପଥ ସିଲ କରାଯାଇଛି। ହେଲେ ଏଭଳି କଟକଣା ଓ ସତର୍କତାକୁ ଅଧିକାଂଶ ମାନୁ ନାହାନ୍ତି। ବିନା ଅନୁମତିରେ ବାହାର ଜିଲ୍ଲାରୁ କନ୍ଧମାଳକୁ ପଳାଇ ଆସୁଛନ୍ତି। କନ୍ଧମାଳରୁ ମଧ୍ୟ ବାହାର ଜିଲ୍ଲାକୁ ଲୁଚିଛପି ପଳାଇ ଯାଉଛନ୍ତି। ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ୨ ଜଣ ଯୁବକ ଆଜି ବିନା ଅନୁମତିରେ ଜିଲ୍ଲାକୁ ଅନୁପ୍ରବେଶ ଯୋଗୁଁ ସେମାନଙ୍କୁ ଚକାପାଦ ପୁଲିସ ଗିରଫ କରିଛି। କେଶ ନଂ ୧୬/୨୦୨୦ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର