ରାଇରଙ୍ଗପୁର/ଝରାଡ଼ିହି: ଓଡିଶା ସରକାରଙ୍କ ପକ୍ଷରୁ ଚଳିତବର୍ଷ ୧୦୬ ନୂତନ ମାଧ୍ୟମିକ ବିଦ୍ୟାଳୟ ଖୋଲା ଯାଉଥିବାରୁ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଝରାଡ଼ିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ବିଷୟରେ ନାମ ଲେଖାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଝରାଡ଼ିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏକ ଭ୍ରାମ୍ୟମାଣ ଗାଡି ସହିତ ଡାକ ବାଜିଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ନାମ ଲେଖାଇବା ପାଇଁ ସଚେତନତା ସୃଷ୍ଟି କରାଇଥିଲେ। ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତବର୍ଷ ଅଫଲାଇନ ମାଧ୍ୟମରେ ନାମ ଲେଖା ପାଇଁ ବିଧିବଧ୍ୟ ଭାବରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗ୍ରାମ ପୋଖରୀଆ, ଯଶିପୁର, କୁଦରସାହି, ରଙ୍ଗାମାଟିଆ, ସାପଘେରା, ଅସୁରଘାଟି, ନୂଆଗାଁ, ଝରାଡ଼ିହି ହାଟ, ବଜାର ପ୍ରମୁଖ ଜନଗହଳି ସ୍ଥାନରେ ଡାକ ବାଜିଯନ୍ତ୍ର ସାହାଯ୍ୟରେ ଇଛୁକ ଛାତ୍ରୀ ଛାତ୍ର ମାନଙ୍କୁ ନାମ ଲେଖାଇବା ପାଇଁ ବାରମ୍ବାର ଘୋଷଣା କରାଯାଇଥିଲା।
ବିଦ୍ୟାଳୟର ଶିକ୍ଷକ ରଘୁନାଥ ମାଝୀ ମାଇକ ଯୋଗେ ବିଭିନ୍ନ ସଚେତନତା ଘୋଷଣା କରୁଥିଲେ ଓ ଏହି ସମୟରେ ପୋଖରୀଆ ଗ୍ରାମର ସମାଜସେବୀ ସଚିନ୍ଦ୍ର ଦାଶ ଓ ପ୍ରବୀର ମିଶ୍ର, ଯଶିପୁର ଗ୍ରାମର ସମାଜ ସେବିକା ଦେଓଲା ସୋରେନ ପ୍ରମୁଖଙ୍କ ସହ ସଚେତନତା ପାଇଁ ଅଧ୍ୟକ୍ଷ ଶ୍ରୀ ପାଣି ଆଲୋଚନା କରିଥିଲେ। ସ୍ଥାନୀୟ ଲୋକମାନେ ଛାତ୍ର ଛାତ୍ରୀମାନଙ୍କୁ ନାମ ଲେଖାଇବା ପାଇଁ ପ୍ରବଳ ଉତ୍ସାହ ଦେଖାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସାଗୀନ ମାଝୀ, ଅଭିଜିତ ଜେନା, ଦେବରାଜ ଦାସ, ଶିକ୍ଷୟିତ୍ରୀ ମିତା ହାଁସଦା, ଗୀତାଞ୍ଜଳି ମହାନ୍ତ, ମମତା ପରିଡା, ପ୍ରତିଭା ବାରିକ, ମଧୁସ୍ମିତା ସାହୁ, ସୁରେନ୍ଦ୍ର କୁମ୍ଭକାର, ବଳରାମ ନାଏକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନତା ସୃଷ୍ଟି କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/IMG-20230602-WA0226-1.jpg)