ରାୟଗଡା: ଅନୁସୂଚିତ ଜାତି ଓ ଜନଜାତି ଯୁବ ଓ ମହିଳା ଉତ୍ୟୋଗୀଙ୍କ ପାଇଁ ସ୍ଥାନୀୟ ଏମଏସଏମଇ-ଡିଏଫଓ କାର୍ଯ୍ୟାଳୟ ପରିସରରେ ସମ୍ପର୍କ ଓ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡିଆଇସିର ଜେନେରାଲ ମ୍ୟାନେଜର, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ, ଆରଏସଇଟିଆଇର ନିର୍ଦେଶକ ଯୋଗ ଦେଇ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହ ଜଡିତ ଏସସି-ଏସଟି ବର୍ଗର ଉଦ୍ୟୋଗୀଙ୍କ ପାଇଁ ଉପଲବ୍ଧ ସୁବଧା ସୁଯୋଗ ଓ ପ୍ରତ୍ସାହନ ତଥା ବିଭିନ୍ନ ବିଭାଗ ଦ୍ବାରା ଦିଆଯାଉଥିବା ସହାୟତା ଉପରେ ଆଲୋଚନା କରିଥିଲେ। ଭୁବନେଶ୍ବରର ଏନଏସଏସଏଚଓର ମୁଖ୍ୟ ପରିଚାଳକ ଶୁଭାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସସି ଏସଟି ବର୍ଗର ଉଦ୍ୟୋଗୀ ମାନଙ୍କୁ ସ୍ବାଗତ କରିବା ସହ ଏନଏସଏସଏଚଓ ବିଭାଗ ତରଫରୁ ଦିଆଯାଉଥିବା ସମସ୍ତ ସୁବିଧା ସମ୍ପର୍କରେ ବୁଝାଇଥିଲେ।

Advertisment

ଏମଏସଏମଇ-ଡିଏଫଓର ସହାୟକ ନିର୍ଦେଶକ ଏନ. କୋଟିରତ୍ନମ ଯୋଗ ଦେଇ ଉଦ୍ୟୋଗୀ ମାନଙ୍କୁ ବିଭିନ୍ନ ବିଷୟରେ ବିସ୍ତୃତ ବିବରଣୀ ଦେବା ସହ ସଫଳ ହେବାର ୫ଟି ମୁଖ୍ୟ ନୀତି ଉପରେ କହିଥିଲେ। ଅନ୍ୟ ଅତିଥିମାନେ ବ୍ୟାଙ୍କ ଋଣ ସହାୟତାର ବିଭିନ୍ନ ଦିଗ, ଭେଣ୍ଡର ପଞ୍ଜୀକରଣ ଏବଂ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୭ ଜଣ ଅନୁସୂଚିତ ଜାତି ଓ ଜନଜାତିର ଉଦ୍ୟୋଗୀ ମାନେ ଅଂଶଗ୍ରହଣ କରିଥିଲେ।