ରାୟଗଡା: ସିଏଆରଡିଏସ ଦ୍ଵାରା ପରିଚାଳିତ ଓଡିଆସି ଏବଂ ସେବା ନିଶାମୁକ୍ତି କେନ୍ଦ୍ର ଆନୁକୁଲ୍ୟରେ ରାୟଗଡ଼ା ବ୍ଳକ ଅନ୍ତର୍ଗତ ତଓଡାମା ଗ୍ରାମରେ ଏକ ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଆସିର ଅଧିକାରୀ ମନ ବାବୁ ନାଗ ଓ ଆଇଆରସିଏର ଅଧିକାରୀ ଅକ୍ଷୟ କୁମାର ଭୋଇ ସଭାରେ ଉପସ୍ଥିତ ରହି ଯୁବଗୋଷ୍ଠୀଙ୍କୁ ନିଶାର କୁପ୍ରଭାବ ଉପରେ ଆଲୋକପାତ କରିବା ସହ ଯୁବ ସମାଜକୁ ନିଶା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ।ରାୟଗଡ଼ା ନିକଟସ୍ଥ  କୁମଟେଲ୍ ପେଣ୍ଟ ଠାରେ ମାଗଣା ଖାଇବା, ରହିବା ଓ ଚିକିତ୍ସା ଇତ୍ୟାଦି ସୁବିଧା ରହିଥିବା ପ୍ରକାଶ କରିଥିଲେ।

Advertisment

ଏହି ସଭାରେ ତାଡ଼ମା ପଞ୍ଚାୟତର ମାଧବ ଚନ୍ଦ୍ର ମେଲେକା ଯୋଗ ଦେଇ କିପରି ଯୁବ ସମାଜ ନିଶା ଠାରୁ ଦୁରେଇ ରହି ଏକ ନିଶକ୍ଷମୁକ୍ତ ଜୀବନ ଯାପନ କରିବେ, ସେନେଇ ଦିଗ ଦର୍ଶନ ଦେବାସହ ନିଶାସକ୍ତ ବ୍ୟକ୍ତିଙ୍କୁ ନିଶାମୁକ୍ତି କେନ୍ଦ୍ରରେ ମାଗଣାରେ ଚିକିତ୍ସା ହେବା ପାଇଁ ପରାମର୍ଶ ଦେଇଥିଲେ। ପରିଶେଷରେ କିପରି ନିଜକୁ ନିଜେ ପରିବର୍ତ୍ତନ କରିବେ ଏବଂ ରାୟଗଡା ଜିଲ୍ଲାକୁ ବନିଶାମୁକ୍ତ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବେ ତଥା ନିଶାମୁକ୍ତ ଭାରତର ଏକ ଅଂଶ ହେବା ପାଇଁ ସଚେତନତା କରାଯାଇଥିଲା।