ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର

ଖୋର୍ଦ୍ଧା: ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର ଓ ବେଟି ବଞ୍ଚାଅ, ବେଟି ପଢ଼ାଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଳ୍ଲାପାଳ ମନୋଜ କୁମାର ପାଢ଼ୀ ଅତିଥି ଭାବେ ଯୋଗ ଦେଇ ଶିବିରର ଉଦଘାଟନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ ବାଲ୍ୟ ବିବାହ ନିଷେଧ ଆଇନ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିଷେଧ କରିବା ଓ ଏ ଦିଗରେ ସ୍ୱେଚ୍ଛାସେବୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କର ଅତିରିକ୍ତ ଜିଲ୍ଲାପାଳ ଶ୍ରୀପାଢ଼ୀ ବିଭିନ୍ନ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ଓ ଅନ୍ୟ  ସ୍ୱେଚ୍ଛାସେବୀ ଅନୁଷ୍ଠାନର ସ୍ୱେଚ୍ଛାସେବୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ତଥ୍ୟ ତର୍ଜମାକାରୀ ଅନୂପ କୁମାର ବେହେରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର