ଆବାସ ଯୋଜନା ହଡପ, ଟାଉନ ଥାନାରେ ଏତଲା

ଜୟପୁର : କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ରାଜ୍ୟ ସରକାର ହଡପ କରିଥିବା ଅଭିଯୋଗ ଆଣି ଜୟପୁର ବିଜେପି ପକ୍ଷରୁ ଜୟପୁର ବ୍ଳ୍‌କ ସମ୍ପୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜୟପୁର ଟାଉନ ଥାନାରେ ଏତଲା ପ୍ରଦାନ କରାଯାଇଛି।

ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଆଜି ଜୟପୁରର ଶତାଧିକ ବିଜେପି କର୍ମକର୍ତା ରାଜନଅର ଛକରୁ ବାଇକ ରାଲିରେ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ବିଡିଓ ସୂରଜ କୁମାର ପଟ୍ଟନାୟଙ୍କୁ ଘେରି କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କରି କାହିଁକି ଦେଉଛନ୍ତି ବୋଲି ପ୍ରଶ୍ନକରିଥିଲେ। ଆଗକୁ ଭୋଟ ଆସୁଥିବାରୁ ଗ୍ରାମାଞ୍ଚଳ ହିତାଧୀକାରୀଙ୍କୁ ହ‌ାତେଇବାକୁ ଏପରି କରି ଭୁଆଁ ବୁଲାଯାଇଛି। ଯେତେ ଜଣ ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ ଘର ଯୋଗାଇଲେ,  ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆ ଯାଉଛି ବୋଲି କାହିଁକି କହି ଭ୍ରମିତ  କରାଯାଉଛି। ଏଥିରେ ସରକାରୀ କର୍ମଚାରୀ ମାନେ ସାମିଲ ଅଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ। ଏହା ପରେ ବିଜେପି କର୍ମୀ ମାନେ ରାଜ୍ୟ ସରକାରଙ୍କ ପୋଷ୍ଟରକୁ ଦେଖାଇ ବିଡିଓଙ୍କ ସମ୍ପୁଖରେ ଫାଡିବା ସହ ନିଆଁରେ ଜାଳିଥିଲେ। ଏହା ପରେ ଶତାଧିକ କର୍ମୀ ଜୟପୁର ଟାଉନ ଥାନାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ।

ଆଜିର ଏହି ବିକ୍ଷୋଭ ବେଳେ ବିଜେପି ନେତା ବୈଦ୍ୟନାଥ ମିଶ୍ର, ସାଧୁଚରଣ ଦାଶ ଚୈାଧୁରୀ, ଆମ୍ବାଗୁଡାର ମଣ୍ଡଳ ସଭାପତି ମାଧବ ଗାଦବା ଫାମ୍ପୁଣୀର ରାଜେନ୍ଦ୍ର ପୁଜାରି , ଗଡପଦରର ତାରିଣୀ ପାଢୀ ଙ୍କ ସହ ସନ୍ତୋଷ ନାୟକ, ଲିଟି ପଟ୍ଟନାୟକ  ଓ ସୀମା କରଣ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର