କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରମାନେ ବିଭିନ୍ନ ଦାବି ନେଇ କଳାବ୍ୟାଜ୍‌ ପରିଧାନ କରିଛନ୍ତି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସେମାନେ କଳାବ୍ୟାଜ୍‌ ପିନ୍ଧିବେ ବୋଲି ଜଣାପଡ଼ିଛି। ପାରିଶ୍ରମିକ ବୃଦ୍ଧି ଓ ସ୍ଥାୟୀ ଚାକିରି ପାଇଁ ଆୟୁଷ ଡାକ୍ତର ସଂଘ ଦାବି କରିଆସୁଛି।

Advertisment

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଜରିଆରେ ପୂର୍ବରୁ ଏକାଧିକ ଥର ସରକାରଙ୍କୁ ଦାବିପତ୍ର ଦିଆଯାଇଛି। ଦାବିପତ୍ର ପାଇବା ପରେ ଏକାଧିକ ଥର ସରକାରୀ ମନ୍ତ୍ରୀସ୍ତରୀୟ ବୈଠକ କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଦାବି ପୂରଣ ହେଉନାହିଁ। ତେଣୁ ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ କେନ୍ଦୁଝରର ଆୟୁଷ ଡାକ୍ତରମାନେ ୧୭ ତାରିଖରୁ କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି।