ଦୁଷ୍କର୍ମ ଅଭିଯୋଗ ଆସିବା ପରେ ରାତାରାତି ଫେରାର ହେଲେ ଗୁମ୍ଫାରେ ରହୁଥିବା ବାବା

ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ସରଗୁଲସ୍ଥିତ ଐତିହାସିକ ଗୁମ୍ଫା ଶିମୁଳିଖୋଲରେ ଧ୍ୟାନ କରୁଥିବା ବୌଦ୍ଧ ଭିକ୍ଷୁ ହିମାଦ୍ରି ବରୱା ରାତାରାତି ପଳାଇଛନ୍ତି। ସୂଚନା ଅନୁସାରେ, ବାବା ରାୟପୁରର ଲଡ୍ ବୁଦ୍ଧ ଫାଉଣ୍ଡେସନର ଅଧ୍ୟକ୍ଷ ଥିଲେ। ସେହି ସମୟରେ ସେହି ସଂସ୍ଥାରେ କାମ କରୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ବାବା ଜେଲରୁ ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ୍ ଆତ୍ମଗୋପନ ପାଇଁ ଏହି ଗୁମ୍ଫାରେ କିଛି ଦିନ ହେବ ଅବସ୍ଥାନ କରିଥିଲେ। ସେ ଜର୍ମାନ ନାଗରିକ। ତାଙ୍କ ଫାଉଣ୍ଡେସନ ତରଫରୁ ଗୁମ୍ଫାଠାରେ ଧ୍ୟାନ ସ୍ଥଳ, ନୃସିଂହନାଥଠାରେ ହସ୍ପିଟାଲ ଓ ଝାରବନ୍ଧ ବ୍ଲକର ଘୁଚାପାଲିଠାରେ ଏକ ସ୍କୁଲ କରିବା ପାଇଁ ପ୍ରଚାର କରୁଥିଲେ। ଏ ଅଞ୍ଚଳର ଲୋକେ ଏଥିରେ ପ୍ରଭାବିତ ହୋଇ ସହଯୋଗର ହାତ ବଢ଼ାଉଥିଲେ। ଗତକାଲି ବାବାଙ୍କ କାରନାମା ପ୍ରଚାର ହେବା ପରେ ସେ ରାତାରାତି ଫେରାର୍ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର