ପୂଜାପାଠ ବାହାନାରେ ସ୍ୱାମୀକୁ ବାହାରକୁ ପଠାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ପଡିଆ: ମାଲକାନାଗିରି ଜିଲ୍ଲା ପଡିଆ ଥାନା ଅଂଚଳରେ ଗ୍ରହ ଶାନ୍ତି କରିବା ପାଇଁ ଘରେ ପୂଜାପାଠ କରିବା ନାମରେ ଜଣେ ବ୍ୟକ୍ତି ସେହି ଘରର ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ହୋଇଛି ।

ସୂଚନା ମୁତାବକ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗି ରହିବା ସହ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିଲା। ଏଥିପାଇଁ ନିଜର ଭାଗ୍ୟକୁ ଦାୟୀ କରି ଏଥିରୁ ମୁକୁଳିବାକୁ ବ୍ୟକ୍ତି ଜଣକ ଏମ୍‌.ପି.ଭି ୬୬ ଗ୍ରାମର ଅପୂର୍ବ ପାଲଙ୍କୁ ନିଜର ପରିସ୍ଥିତି ସମ୍ପର୍କରେ ଜଣାଇଥିଲେ। ଅପୂର୍ବ ଏହାର ସୁଯୋଗ ନେଇ ଗ୍ରହ ଖରାପ ଥିବାରୁ ପୂଜାପାଠ କରି ଏହାର ପ୍ରତିକାର କରିବାକୁ କହିଥିଲେ।

ଗତ ଗୁରୁବାର ଦିନ ଏଥିପାଇଁ ପୂଜାପାଠର ଆୟୋଜନ ହୋଇଥିଲା। ପୂଜା ପରେ ତା’ପର ଦିନ ସକାଳେ ବ୍ୟକ୍ତିଙ୍କୁ ପୂଜା ଫୁଲ ଘର ଠାରୁ ଦୁଇ କିମି ଦୂରରେ ଫିଙ୍ଗିବାକୁ କହିଥିଲା ଅପୂର୍ବ। ସ୍ୱାମୀ ପୂଜାଫୁଲ ଫିଙ୍ଗିବାକୁ ଘର ଯିବା ପରେ, ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ସ୍ତ୍ରୀଙ୍କୁ ଜୋର୍‌ ବଳପୂର୍ବକ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେଇଥିଲା। ଏ ବାବଦରେ ପୀଡିତା ଗତକାଲି ସନ୍ଧ୍ୟାରେ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଅ

ଅଭିଯୁକ୍ତ ଅପୂର୍ବ ପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅପୂର୍ବକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର