କେନ୍ଦ୍ରାପଡ଼ା: ତିନିମୁହାଣୀ ବଜାର କମିଟି ସଭାପତି ତଥା ଧର୍ମଜାଗରଣ ସେନାର ଜିଲ୍ଲା ସ˚ଯୋଜକ ବାବୁଲି ଓରଫ୍ ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ଼ ଉଦ୍ୟମ ଘଟଣାରେ ପୁଲିସ ଆଜି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ବାବୁଲିଙ୍କୁ ଗୁଳିମାଡ଼ କରିବାକୁ ଆସିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ସହାୟତା କରିଥିଲେ। ସେମାନଙ୍କ ମଧୢରୁ ୪ ଅଭିଯୁକ୍ତଙ୍କ ଘର ନିଶ୍ଚିନ୍ତକୋଇଲି ଥାନା ଓ ଜଣଙ୍କ ଘର ମାହାଙ୍ଗା ଥାନା ଅ˚ଚଳରେ ବୋଲି ଜଣାପଡ଼ିଛି।
ପ୍ରାୟ ଦଶ ଦିନ ତଳୁ ପୁଲିସ ଏମାନଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ଜେରା କରୁଥିଲା। ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ହେଁ, ସେମାନଙ୍କ ନାମ ଓ ଠିକଣା ପ୍ରକାଶ କରିବାକୁ ଏସ୍ପି ମନା କରି ଦେଇଛନ୍ତି। ବଡ଼ କଥା ହେଉଛି, ଏବେ ବି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛନ୍ତି। ଯାହା ଆଶଙ୍କା କରାଯାଉଛି, ଗୁଳି ଖାଇବା ପରେ ନିଶ୍ଚିନ୍ତକୋଇଲି ଥାନା ଅଧୀନ ଅସୁରେଶ୍ବରସ୍ଥିତ ସାହା ନର୍ସି˚ହୋମ୍ରେ ଅଭିଯୁକ୍ତ ଚିକିତ୍ସିତ ହେବା ପରେ କଟକ ଦେଇ ହାଇଦ୍ରାବାଦ୍ ପଳାଇ ଯାଇଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ପୁଲିସ ଅଟକ ପାଞ୍ଚ ଅଭିଯୁକ୍ତଙ୍କୁ ଗୁଳିମାଡ଼ ମାମଲାରେ ସହଯୋଗ କରିଥିବା ଅଭିଯୋଗରେ ଜେଲ୍ ପଠାଇ କେବଳ ନିଜ ଭାବମୂର୍ତ୍ତି ବ˚ଚାଇବା ପାଇଁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2020/01/shutterstock_687464005.jpg)
ଆଜି ଯେଉଁ ପାଞ୍ଚ ଅଭିଯୁକ୍ତ ଜେଲ୍ ଯାଇଛନ୍ତି, ସେମାନେ ସମସ୍ତେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗାଡ଼ିରେ ନେବାଆଣିବା ଏବ˚ ନର୍ସି˚ହୋମ୍ରେ ଚିକିତ୍ସା କରାଇବାରେ ସହାୟତା କରିଥିଲେ। ସେମାନଙ୍କ ମଧୢରେ ଅସୁରେଶ୍ବର ‘ସାହା ନର୍ସି˚ହୋମ୍’ର ମାଲିକ ଥିବା କୁହାଯାଉଛି। ସେହିପରି ଆଉ ଦୁଇ ଜଣ ଗାଡ଼ି ଡ୍ରାଇଭର୍ ଥିବା ବେଳେ ଅନ୍ୟ ଦୁଇ ଜଣ ଅଭ୍ୟାସଗତ ଅପରାଧୀ ଅଛନ୍ତି। ପୁଲିସ ସେମାନଙ୍କଠାରୁ ଗୋଟିଏ ବ˚ଧୁକ, ଗୋଟିଏ ମାରୁତି ସିୟାଜ୍ କାର୍(ଓଡି୦୨ବିପି-୮୦୩୧) ଓ ଗୋଟିଏ ବୋଲେରୋ(ଓଆର୦୨-ଏଜେ-୧୯୩୨, ଗୋଟିଏ ଟିଭିଏସ୍ ଆପାଚି ବାଇକ୍(ଓଡି୨୯ସି-୮୯୨୨), ଗୋଟିଏ କଳାର˚ଗର ପଲସର୍(ଓଆର-୫ଏଏ-୩୬୯୧), ୭ଟି ମୋବାଇଲ୍ ଫୋନ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ଚିକିତ୍ସିତ ହୋଇଥିବା ସାହା ନର୍ସି˚ହୋମ୍କୁ ପୁଲିସ ସିଲ୍ କରି ଦେଇଥିବା ସଦର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମଦକର ସନ୍ଦୀପ ସ˚ପଦ ସୂଚନା ଦେଇଛନ୍ତି।
ଏସ୍ପି କହିଛନ୍ତି ଯେ, ପୂର୍ବ ଶତ୍ରୁତାରୁ ଏଭଳି ଗୁଳିକାଣ୍ତ ଘଟିଛି। ୨୦୧୯, ଜୁଲାଇ ୧୩ତାରିଖରେ ବାବୁଲିଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାରେ ସ˚ପୃକ୍ତ ଅଭିଯୁକ୍ତମାନେ ଏଥିରେ ସାମିଲ୍ ଅଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି। କିନ୍ତୁ ଅଭିଯୁକ୍ତମାନଙ୍କ ନାମ ସାର୍ବଜନୀନ ହୋଇଗଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ଏସ୍ପି ଯୁକ୍ତି ବାଢ଼ିଛନ୍ତି। ସେପଟେ କିନ୍ତୁ ହାଇଦ୍ରାବାଦରୁ ବିଦେଶ ଚାଲିଯିବା ଯୋଜନାରେ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ କେତେଦୂର ସକ୍ଷମ ହେବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ଗୁଲନଗର ପ˚ଚାୟତର ରାମନଗରପାଟଣାସ୍ଥିତ ଟ୍ରାକ୍ଟର୍ ସୋ-ରୁମ୍ରେ ଥିବା ବେଳେ ବାବୁଲିଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମ ହୋଇଥିଲା। ଦୁଇ ଦୁର୍ବୃତ୍ତଙ୍କୁ ବାବୁଲିଙ୍କ ସୁରକ୍ଷାରେ ନିୟୋଜିତ କନଷ୍ଟେବଳ ଅଟକାଇବାରୁ ଗୁଳିମାଡ଼ ଯୋଜନା ପଣ୍ତ ହୋଇଥିଲା। ହେଲେ ସୁରକ୍ଷାକର୍ମୀ ଓ ଅପରାଧୀଙ୍କ ମଧୢରେ ଠେଲାପେଲା ଓ ଗୁଳିଚାଳନା ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୋଟିଏ ରାଉଣ୍ତ ଗୁଳି ଜଣେ ଅପରାଧୀର ବାମ ହାତରେ ବାଜିଥିଲା। ଅପରାଧୀ ବି ପାଲଟା ଗୋଟିଏ ରାଉଣ୍ତ ଗୁଳି ଚଳାଇଥିବା ବେଳେ ଛାତ ଉପରୁ ବାବୁଲି ଦୁଇ ରାଉଣ୍ତ ଗୁଳି ମାଡ଼ କରିଥିଲେ।