ମାଲକାନଗିରି: ମତଦାନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। କିନ୍ତୁ ଲଗାତାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀ ପ୍ରତିଦିନ ଲକ୍ଷ୍ମୀପ୍ରିୟାଙ୍କ ନେତୃତ୍ବକୁ ନେଇ ବିଜେଡିରେ ଯୋଗ ଦେଉଛନ୍ତି। ଆଜି ମଧ୍ୟ ମାଥିଲି ବ୍ଲକର ବିଭିନ୍ନ ଅଂଚଳରୁ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡି ଭଲ ପ୍ରଦର୍ଶନ କରୁଥିବା ଯୋଗ ଦେଇଥିବା କଂଗ୍ରେସ କର୍ମୀ ପ୍ରକାଶ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ଜନସେବା ପ୍ରତି ଲୋକଙ୍କ ଉତ୍ସାହ ବଢୁଥିବା ଲକ୍ଷ୍ମୀପ୍ରିୟା କହିଛନ୍ତି। ବିଜେଡି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଦୁଇ ପାରଂପାରିକ ବିରୋଧୀ ଦଳକୁ ହରାଇବ ବୋଲି କର୍ମୀମାନେ ଜୋର ଦେଇ କହୁଥିବା ଦେଖିବାକୁ ମିଳିଛି। ଲକ୍ଷ୍ମୀପ୍ରିୟାଙ୍କ ବାପାଙ୍କ ଦେହାନ୍ତ ପରେ ବହୁ ପୁରୁଣା ବନ୍ଧୁ ଯେଉଁମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଥିଲେ ସେମାନେ ମଧ୍ୟ ଦଳକୁ ଫେରିଆସୁଥିବା ଦେଖିବାକୁ ମିଳିଛି। ଆଜି ସିନେଷ୍ଟାର ବାବୁସାନ ଲକ୍ଷ୍ମୀପ୍ରିୟାଙ୍କ ପାଇଁ ପ୍ରଚାର କରିଛନ୍ତି।

Advertisment

ଗୋବିନ୍ଦପାଲ୍ଲୀରୁ ଏକ ବିଶାଳ ରାଲିରେ ବାହାରି ବାଲିମେଳା ପର୍ଯ୍ୟନ୍ତ ପହଞ୍ଚିଥିଲା। ସିନେଷ୍ଟାର ବାବୁସାନଙ୍କୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ତେବେ ବିଜେଡିର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟାଙ୍କ ପାଇଁ ବହୁ ସିନେଷ୍ଟାର ଆସୁଥିବାରୁ ଏଥର ଭୋଟ ମଧ୍ୟ ବିଜେଡି ଦଳ ଭଲ ପାଇବ ବୋଲି କୁହାଯାଇଛି। ୪୪ ଡିଗ୍ରୀ ଖରାରେ ବାବୁସାନ ଖୋଲାମେଲା ଜିପରେ ଛିଡା ହୋଇ ପ୍ରଚାର କରିବା ଦେଖି ଲୋକେ ମଧ୍ୟ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ନେତା ଓ ଅଭିନେତା ଏହି ପ୍ରଚାର ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା।ବାବୁସାନଙ୍କ ପ୍ରଚାର ନିଶ୍ଚିତ ପ୍ରଭାବ ପକାଇବ ବୋଲି ବିଜେଡି କର୍ମୀ ପ୍ରକାଶ କରିଛନ୍ତି।