ଜଗତସିଂହପୁର ଟାଉନ୍: ଜଗତସିଂହପୁର ସହର ସ୍ଥାନୀୟ ଦେଉଳି ଗ୍ରାମେଶ୍ବରରେ ଦମ୍ପତି ଶିଶୁ ପୁତ୍ର ବିକ୍ରି କରିବା ନେଇ ଆଲୋଡ଼ନ ସୃଷ୍ଟି ହୋଇଛି | ମିଳିଥିବା ସୂଚନା ଅନୁସାରେ, ଏକ ଦମ୍ପତି ୧୦ ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରି ଦେଇଛନ୍ତି | ଖବର ପାଇବା ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି | ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁ ପୁତ୍ରର ସନ୍ଧାନ ମିଳିପାରି ନାହିଁ |
Advertisment
Sambad is now on WhatsApp
Join and get latest news updates delivered to you via WhatsApp