ପଛୁଆ ବର୍ଗ ସର୍ଭେ ଜୁନ ୬ପର୍ଯ୍ୟନ୍ତ ବୃଦ୍ଧି, ଘରକୁ ଘର ବୁଲି ସଂଗ୍ରହ ହେବ ସୂଚନା

 ଜୟପୁର:ମେ ୧ରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଳିଥିବା ପଛୁଆବର୍ଗସର୍ଭେ କାର୍ଯ୍ୟକ୍ରମକୁ ରାଜ୍ୟସରକାର ଆସନ୍ତା ଜୁନ ୬ତାରିଖ ପର୍ଯ୍ୟନ୍ତ ସମୟ ବୃଦ୍ଧି କରିଛନ୍ତି। ଆଜି ସୂଚନା ସଂଗ୍ରହକାରୀ ଓପୌରପାଳିକାର କର୍ମଚାରୀଙ୍କୁ ନେଇ ହୋଇଥିବା ସର୍ଭେର ସମୀକ୍ଷା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କରିଥିଲେ। ୨୮ଟି ୱାର୍ଡର ୯ଜଣ ଗଣନାକାରୀ, ସ୍ବଚ୍ଛସାଥୀ, ସୁପରଭାଇଜର ଆଦିଙ୍କୁ ନେଇ ସମୀକ୍ଷା କରିଥିଲେ। ବରି‌ଷ୍ଠକିରାଣୀ ବୃନ୍ଦାବନ ମହାନ୍ତି ସହଯୋଗ କରିବା ସହ ସୂଚନା ପ୍ରଦାନ କରିଥିଲେ।

ଏଣିକି ଏହି ସୂଚନା ଘରକୁ ଘର ବୁଲି ସଂଗ୍ରହ କରିବା ପାଇଁ ନିର୍ବାହୀ ଅଧିକାରୀ ଗଣନାକାରୀଙ୍କୁ ନିର୍ଦେଶ ଦେଇଥିଲେ। ଯେଉଁ ମାନେ ପୂର୍ବରୁ ପଛୁଆବର୍ଗରେ ସାମିଲ ଥିଲେ କିମ୍ବା ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ଜୁନ ୬ତାରିଖ ପର୍ଯ୍ୟନ୍ତ ନିଜ ପରିବାର ଓ ନିଜ ସଂପର୍କରେ ସୂଚନା ଗଣନାକାରୀଙ୍କୁ ଦେବାକୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର