ସାମୟିକ ସ୍ଥଗିତ ରହିଲା ପୁରୀ ବଡ଼ ଆଖଡ଼ା ମଠ ଉଚ୍ଛେଦ, ୨/୩ ଦିନ ଭିତରେ ପଦକ୍ଷେପ ନିଆଯିବ: ପୁରୀ ଜିଲ୍ଲାପାଳ

ପୁରୀ: ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହିଛି। ପ୍ରଶାସନ ପକ୍ଷରୁ ଆଜି ମଠର ମହନ୍ତଙ୍କ ସହିତ ଆଲୋଚନା କରାଯାଇଛି। ବଡ଼ ଆଖଡ଼ା ମଠର ଉଚ୍ଛେଦକୁ ସାଧୁସନ୍ଥ ଓ ଆଧ୍ୟାତ୍ମବାଦୀ ଜନସାଧାରଣ ବିରୋଧ କରିବାରୁ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଭଙ୍ଗା କାର୍ଯ୍ୟକୁ ସାମୟିକ ସ୍ଥଗିତ ରଖାଯାଇଥିଲା। ଏହାପରେ ମଠର ମହନ୍ତଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଲୋଚନା ଲାଗି ଡକା ଯାଇଥିଲା। ଏହି ସମୟରେ ମଠକୁ ପୁଲିସ କର୍ଡନ କରିନେଇ ଥିଲେ। ଫଳରେ ମଠ ଉଚ୍ଛେଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।

ମାତ୍ର ମଠ ମହନ୍ତଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳ ବଳବନ୍ତ ସିଂହ ସୂଚନା ଦେଇ କହିଥିଲେ, କି ମଠ ମହନ୍ତ ଓ ସାଧୁସନ୍ଥଙ୍କ ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଛି। <ଏବେ ସାମୟିକ ଭାବେ ବଡ ଆଖଡା ମଠ ଉଚ୍ଛେଦ ବନ୍ଦ ରହିଛି। ଆଲୋଚନା ପରେ ଦୁଇରୁ ତିନିଦିନ ଭିତରେ ଏ ପ୍ରସଙ୍ଗରେ ପଦକ୍ଷେପ ନିଆଯିବ।  ଏହି କାର୍ଯ୍ୟ ସହମତି ଭିତ୍ତିରେ କରାଯିବ।  କେବଳ ଏତିକି ନୁହେଁ, ଉଚ୍ଛେଦ ସମୟରେ ମଠର ପରମ୍ପରାକୁ ବଞ୍ଚାଇବାକୁ ସବୁ ପ୍ରକାର ପ୍ରୟାସ କରାଯିବ। ଏଥିସହିତ ସୁରକ୍ଷା ଜୋନ୍‌ରେ ଆସୁଥିବା ସବୁ ବ୍ୟକ୍ତି ଓ ଗୋଷ୍ଠୀଙ୍କ ସହ ଆଲୋଚନା ମଧ୍ୟ କରାଯିବ।

ମଙ୍ଗଳବାର ପୁରୀ ବଡ ଆଖଡା ମଠ ଉଚ୍ଛେଦକୁ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ତେବେ ଏହା ପୂର୍ବରୁ ମହନ୍ତଙ୍କ ସହ ପ୍ରଶାସନ ଓ ଜିଲ୍ଲାପାଳଙ୍କ ଆଲୋଚନା ହୋଇଥିଲ। ସହମତି ଭିତ୍ତିରେ ମଠ ଭଙ୍ଗା ଯାଉ ବୋଲି ମହନ୍ତ କହିଥିଲେ।

 

ସମ୍ବନ୍ଧିତ ଖବର