ମାଲକାନଗିରି: ଆଜି ପ୍ରଶାସନ ରାତି ୯ଟାରୁ ନାଇଟ କର୍ଫ୍ୟୁ ଘୋଷଣା ହୋଇଥିବା ବେଳେ ମାଲକାନଗିରିର ପ୍ରସିଦ୍ଧ ଯାତ୍ରା ବଡଯାତ୍ରା ଗତକାଲି ଆନ୍ଧ୍ରପ୍ରଦେଶର ପୋଲେରରୁ ଶୁଭାରମ୍ଭ ହୋଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ପାଳନ କରାଯିବ। ଆନ୍ଧ୍ରପ୍ରଦେଶର ପୋଲେରୁରେ ଠାକୁର ବାଲରାଜୁ, କାନାମରାଜୁ, ପୋତରାଜୁ ଓ ଦେବୀ ମୁତ୍ୟୁଲାମ୍ମାଙ୍କୁ ତାଡକନା ନଦୀରେ ସ୍ନାନ କରାଇ ଯାତ୍ରାର ଶୁଭାରମ୍ଭ ହୋଇଛି।
/sambad/media/post_attachments/wp-content/uploads/2021/03/Bada-jatra.jpg)
ଏହି ସ୍ନାନ ଯାତ୍ରାରେ ଠାକୁର ଗାଧୋଇବା ପରେ ଭକ୍ତମାନେ ଗାଧୋଇଥାନ୍ତି ଅଥବା ସେହି ପାଣିକୁ ଦେହରେ ସିଞ୍ଚନ କରିଥାନ୍ତି। ଯେଉଁଥିରେ କି ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ନଦୀ ପାଖରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା।
ଏପରିକି ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ଓ ଓଡିଶା ଭଲି ଚାରୋଟି ରାଜ୍ୟର ଭକ୍ତ ଏକତ୍ରୀତ ହୋଇଥିଲେ। ଏହି ନଦୀ କୂଳରେ ସ୍ନାନ ଯାତ୍ରା ପରେ ମାଲକାନଗିରି ପର୍ଯ୍ୟନ୍ତ ପ୍ରାୟ ୯୦ କିଲୋମିଟର ଠାକୁରଙ୍କୁ କାନ୍ଧେଇ କାନ୍ଧେଇ ଆଣିବେ ପୂଜକ ଓ ଭକ୍ତ। ଆସିବା ସମୟରେ ଠାକୁର ପୋଲେରୁ ଠାରେ ନୌକା ଯାତ୍ରା କରିଥିଲେ।
/sambad/media/post_attachments/wp-content/uploads/2021/03/647698da-5ec2-4a33-8373-817ad784ed92-1024x523.jpg)
ଆସନ୍ତା ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଦର ମହକୁମାରେ ଠାକୁର ପୂଜା ପାଇବେ। ଗତକାଲିର ଭିଡକୁ ଦେଖି ପ୍ରଶାସନ ତତ୍ପର ହେବା ସହ କଟକଣା ଲାଗୁ କରିଛି। ଦୁଇ ଶହ ଲୋକଙ୍କୁ ନେଇ ଯାତ୍ରା କରିବା, ମାସ୍କ ଓ ସାମାଜିକ ଦୂରତା ବଜାୟୀ ରଖିବା ଏବଂ ରାତି ୯ଟାରୁ କର୍ଫ୍ୟୁ କରିବା ଭଳି କଟକଣା ଜାରି କରିଛି।
/sambad/media/post_attachments/wp-content/uploads/2021/03/99e2d22b-8a8f-42db-ba78-26a5e53a3edd-1024x517.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/6b314355-31ad-4928-8d43-51cc7e05e61e.jpg)