ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆଦିବାସୀ ଯୁବତୀ ମାନେ ନିଜ ଉଦ୍ୟମରେ ବଡିଦିଦି ନାମକ ସଙ୍ଗଗଠନ କରି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଶୈଶବ ଠାରୁ ଯୌବନ ପର୍ଯ୍ୟନ୍ତ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତୁତ ଭାବେ ବୁଝାଉଛନ୍ତି। ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକରେ ବୁଲି ସ୍କୁଲ ଏବଂ ହଷ୍ଟେଲର ଆଦିବାସୀ ଛାତ୍ରୀମାନଙ୍କ ଶାରୀରିକ ପରିବର୍ତ୍ତନରେ ହେଉଥିବା ଅସୁବିଧା ସମ୍ପର୍କରେ ବୁଝାଇ ତାହାର ସମାଧାନ ମଧ୍ୟ କରୁଥିଲେ। ଏହି କ୍ରମରେ ଏହି ସଂଘର ଯୁବତୀ ମାନେ ସେରପାଲୀ ଗ୍ରାମରେ ଥିବା ବୀର ଲକ୍ଷ୍ମଣ ନାୟକ ହାଇସ୍କୁଲରେ ପହଞ୍ଚି ପୁଅ ଝିଅ ମାନଙ୍କ ମଧ୍ୟ ରହିଥିବା ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନେ କିପରି ଆତ୍ମହତ୍ୟା କରୁଛନ୍ତି ସେନେଇ ଭିଡିଓ ମାଧ୍ୟମରେ ବୁଝାଇଥିଲେ।

Advertisment

ମାନସିକ ଭାରସାମ୍ୟ ନ ହରାଇ ଆଗକୁ କିପରି ବଢିବେ ସେନେଇ ଆଲୋଚନା କରିଥିଲେ। ଛାତ୍ରୀ ମାନଙ୍କ ବୟସ ବଢୁଥିବା ବେଳେ ସେମାନଙ୍କର ଯେଉଁ ପରିବର୍ତ୍ତନ ଆସେ ସେ ସମ୍ପର୍କରେ ମଧ୍ୟ ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଜିଲ୍ଲାର ଦୁର୍ଗମ ବଣ୍ଡାଘାଟି ଏବଂ ସ୍ବାଭିମାନ ଅଞ୍ଚଳରେ ମଧ୍ୟ ଏହି ଟିମ ପହଞ୍ଚି ସଭ୍ୟତା ଠାରୁ ଦୂରରେ ରହୁଥିବା ଯୋଗୁଁ କିଛି ଜାଣି ପାରୁନଥିବା ଛାତ୍ରୀମାନଙ୍କୁ ସବୁ ବିଷୟରେ ଜ୍ଞାନ ଦେଇଥିଲେ। ବଡିଦିଦିର ଏହି ଟିମରେ ଜୟନ୍ତୀ ବୁରୁଦା, ଜ୍ୟୋର୍ତିମୟୀ ଖରା, ଭବାନୀ ହରିଜନ, ସୁନିତା ଚାଟକି ପ୍ରମୁଖ ଉପସ୍ଥିତ ରହିଥିଲେ।