ନୀଳଗିରି: ନୀଳଗିରି ବାହୁଡ଼ା ଯାତ୍ରାର ଆଜି ପ୍ରଥମ ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଅଧାରେ ଅଟକିଛନ୍ତି ଠାକୁର। ଗତକାଲି ଶ୍ରୀଜିଉମାନଙ୍କ ରଥରେ ପହଣ୍ଡିବିଜେ ହୋଇଥିଲା। ଆଜି ସମସ୍ତ ନୀତିକାନ୍ତି ପରେ ରଥ ଟଣାଯାଇଥିଲା। ରଥ ଗୁଣ୍ଡିଚା ମନ୍ଦିରରୁ ବାହାରି ପୋଷ୍ଟ ଅଫିସ୍‌ ସାମ୍ନାରେ ଅଟକିଥିଲା।

Advertisment

ଆସନ୍ତାକାଲି ଦ୍ୱିତୀୟ ଦିନରେ ରଥଟଣା ଶେଷ ହେବ। ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିବେ। ଆଜିର କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍‌ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ସମାଜସେବୀ ଶରତ ଦାସ, ନୀଳଗିରି ବିଡିଓ ରାହୁଲ ମଣ୍ଡଳ, ଏସ୍‌ଡିପିଓ ରିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୀଳଗିରି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଧାରାବିବରଣୀ ଦେଇଥିଲେ। ନୀଳଗିରି ଥାନାଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ତତ୍ତ୍ବାବଧାନରେ ପୁଲିସ କର୍ମଚାରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।