ରାୟଗଡା: ରାୟଗଡ଼ାରେ ବୁଧବାର ପବିତ୍ର ବାହୁଡାଯାତ୍ରା। ସକାଳରୁ ହିଁ ଆଡପ ମଣ୍ଡପରେ ମହାପ୍ରଭୁ ଜଗନ୍ନାଥଙ୍କ ଶେଷ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥିଲା। ଆଜି ରଥଯାତ୍ରାର ଶେଷ ଦିନ ହୋଇଥିବାରୁ ପ୍ରବଳ ଭିଡ ହେବାର ସମ୍ଭାବନା ରହିଥିବାରୁ ପୁଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ନିଜେ ଜିଲ୍ଲାପାଳ ସ୍ବଧା ଦେବ ସିଂହ ପ୍ରତ୍ୟକ୍ଷ ଭାବେ ବାହାଡା ଯାତ୍ରାରେ ଉପସ୍ଥିତ ରହି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ଚେଷ୍ଟା କରିଥିଲେ। ଦିନ ଦୁଇଟା ବେଳେ ଆଡପ ମଣ୍ଡପରୁ ପ୍ରଭୁ ଜଗନ୍ନାଥ ହଲି ହଲି ରଥାରୁଢ ହୋଇଥିଲେ। ପ୍ରାୟ ଚାରିଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ଡାହୁକର ଆଳାପରେ ଭକ୍ତମାନେ ରଥ ଦୌଡିକୁ ଟାଣୁଥିବା ଲକ୍ଷ୍ୟ କରାଯାଇଥିଲା। ହଜାର ହଜାର ଭକ୍ତ ବାହାଡା ଯାତ୍ରାରେ ଉପସ୍ଥିତ ରହି ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି।

Advertisment

ଟ୍ରାଫିକ ବ୍ୟବସ୍ଥା ମଧ୍ୟ ପୁଲିସ ତରଫରୁ କଡାକଡି କରାଯାଇଥିଲା। ରଥ ମନ୍ଦିରକୁ ଯାଉଥିବା ରାସ୍ତାଟି ଆନ୍ଧ୍ରପ୍ରଦେଶକୁ ମୁଖ୍ୟ ରାସ୍ତା ହୋଇଥିଲେ ମଧ୍ୟ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଥିଲା। ରାୟଗଡା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ସହରରେ ପହଞ୍ଚିଥିବାରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଲୋକଙ୍କ ଭିଡ ଦେଖି ବ୍ୟବସାୟୀ ମାନେ ମଧ୍ୟ ନିଜର ପସରା ଖୋଲି ଦେଇଥିଲେ। ସନ୍ଧ୍ୟାରେ ତିନି ଠାକୁର ମନ୍ଦିରରେ ପହଞ୍ଚିଥିଲେ।ସୁରକ୍ଷାକୁ କଡାକଡି କରାଯାଇଥିବାରୁ କୌଣସି ଅପ୍ରତିକର ଘଟଣା ଘଟିନଥିଲା। ଲୋକେ ରଥ ଟାଣିବା ସହ ଯାତ୍ରାର ମଜା ଉଠାଇଥିଲେ।