ଆପୋଷ ବୁଝାମଣା ପରେ ଜାମିନରେ ଆସିଲେ ବୌଦ୍ଧ ଡେପୁଟି କଲେକ୍ଟର

ଝାରସୁଗୁଡ଼ା: ସ୍ତ୍ରୀଙ୍କୁ ମାଡ଼ ମାରିବା ଓ ହତ୍ୟା ଧକମ ଦେବା ଭଳି ସଂଗୀନ ମାମଲାରେ ଗିରଫ ହୋଇଥିବା ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଆଜି ଜାମିନ ମିଳିଛି। ଗତ ୨୭ ତାରିଖ ଦିନ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡିରେ ଏକ ମାମଲା ଦାୟାର କରିଥିଲେ। ଏଥିରେ ସେ ତାଙ୍କ ସ୍ବାମୀ ଶ୍ରୀ ବାଗ ତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେବା ସହିତ ହତ୍ୟା ଧମକ ଭଳି ଅଭିଯୋଗ କରିଥିଲେ।

ସ୍ବାମୀଙ୍କ ସହିତ ଅନ୍ୟ ୪ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ତେବେ ଝାରସୁଗୁଡ଼ା ପୁଲିସ ଆଜି ଅଭିଯୁକ୍ତ ଡେପୁଟି କଲେକ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁଦାଲାଙ୍କ ପକ୍ଷରୁ ତାଙ୍କ ଓକିଲ ଆପୋଷ ବୁଝାମଣା ଓ ଜାମିନ ଉଭୟ ପିଟିସନ୍ ଦାୟାର କରିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ଅଭିଯୁକ୍ତ ଶରତ ବାଗ ୫୦ ହଜାର ଟଙ୍କା ଜମାନତ ସହିତ ସର୍ତ୍ତମୂଳକ ଜାମିନରେ ଯାଇଛନ୍ତି।

ଏହି ସର୍ତ୍ତ ଗୁଡ଼ିକ ହେଲା ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କୁ ସହଯୋଗ କରିବେ, ଏଭଳି ଆଚରଣ କରିବେ ନାହିଁ ଏବଂ ଅଭିଯୋଗକରୀଙ୍କୁ ଧମକ୍ ଦେବେ ନାହିଁ ବୋାଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ତାଙ୍କ ଓକିଲ କହିଛନ୍ତି ଯେ, ଏହା ଏକ ଛୋଟ ଘରୋଇ ଝଗଡ଼ା ଥିଲା ଉଭୟଙ୍କ ମଧ୍ୟରେ ବୁଝାମଣା ଅଭାବ ପରେ ଏପରି ମାମଲା କୋର୍ଟ ପର୍ଯ୍ୟନ୍ତ ଆସିଥିଲା। ଆଜି ଏହାର ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବରୁ ଥିବା ୩ ଗୋଟି ମାମଲା ମଧ୍ୟ ବୁଝାମଣା ହୋଇ ସାରିଛି। ଏବେ ଏମାନେ ସ୍ବାମୀ-ସ୍ତ୍ରୀ ଭାବରେ ରହିବେ ଓ ତାଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିଛି ବୋଲି ତାଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର