ବିବାହ ପ୍ରଲୋଭନ ଦେଖାଇ ଧର୍ଷଣ ମାମଲା: ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଖୋର୍ଦ୍ଧା : ଡିସେମ୍ବର ୧୯ ତାରିଖରେ ଖେର୍ଦ୍ଧା ଲୋକେଶ୍ୱରପୁରରେ ଘଟିଥିବା ବିବାହ ପ୍ରଲୋଭନରେ ଧର୍ଷଣ ମାମଲାରେ ଆଜି ଏଜିଜେ-୨ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।

ଅଭିଯୁକ୍ତ ସୁଶୀଲ କୁମାର ରାୟ ୬୪୯/୨୦୨୦ରେ ନିଜର ଜାମିନ ଆବେଦନ କରିଥିଲେ । ୧୧ ତାରିଖରେ ପୀଡ଼ିତାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ୧୨ ତାରିଖରେ ଜାମିନ ଆବେଦନର ଶୁଣାଣୀ କହି ଏଡିଜେ-୨ୟ ଅମୀୟ କୁମାର ଜେନା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ମାମଲାରେ ସରକାରୀ ଓକଲ ଭାବେ ଅନୀଲ କୁମାର ପଟ୍ଟନାୟକ ଲଢ଼ୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ପ୍ରଭାତ କୁମାର ଦାସ ଲଢ଼ୁଥିଲେ ।
ସୂଚନାଯୋଗ୍ୟ, ଖୋର୍ଦ୍ଧାରେ କାମ କରୁଥିବା ଜଣେ ସ୍ୱାସ୍ଥ୍ୟକର୍ମୀ ସୁଶୀଲ କୁମାର ରାୟ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ମା’ ଛେଉଣ୍ଡ ଝିଅକୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଧର୍ଷଣ କରିଥିବା ଓ ଏହଦ୍ୱାରା ସେ ଗର୍ଭବତୀ ହୋଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଡିସେମ୍ବର ୧୮ ତାରିଖରେ ହୋଇଥିବା ଏହି ଅଭିଯୋଗ ଭିତ୍ତିରେ ପୁଲିସ ୧୯ ତାରିଖରେ ଅଭିଯୁକ୍ତ ସୁଶୀଲ ରାୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ ।

ସମ୍ବନ୍ଧିତ ଖବର