ବଜରଙ୍ଗ ଦଳ ନେତା ରାଜୁ ସିଂ ଙ୍କ ଗିରଫଦାରୀର ପ୍ରତିବାଦ, ଥାନା ଘେରାଉ

ରାଉରକେଲା : ବେଆଇନ ଭାବେ ପିସ୍ତଲ ରଖିଥିବା ଅଭିଯୋଗରେ ଗତକାଲିଠୁ ବିଭିନ୍ନ ଥାନାରେ ଅଟକ ଥିବା ପଶ୍ଚିମଓଡ଼ିଶା ଗୋରକ୍ଷା ପ୍ରମୁଖ ରାଜୁ ସିଂଙ୍କୁ ଆଜି ସେକ୍ଟର -୩ ଥାନା ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ରାଜୁ ସିଂଙ୍କୁ ମିଥ୍ୟା ଷଡ଼ଯନ୍ତ୍ରରେ ପୁଲିସ ଗିରଫ କରିଥିବା ଅଭିଯୋଗ କରି ଉଦିତନଗର ଥାନା ସମ୍ମୁଖରେ ପହଞ୍ଚି ଆଜି (ରବିବାର) ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦର ଶତାଧିକ କର୍ମୀଉଦିତନଗର ଥାନା ଘେରାଉ କରିଛନ୍ତି। ଏଥିସହ ସମସ୍ତେ ଧାରଣାରେ ବସି ଆକ୍ରୋଶମୂଳକ କାର୍ଯାନୁଷ୍ଠାନ ପ୍ରତିବାଦରେ ପୁଲିସ ବିରୋଧୀ ନାରା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଉତ୍ତେଜନାକୁ ଦୃଷ୍ଟି ଦେଇ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

ବିଗତ ଦିନରେ ରାଉରକେଲା କଣ୍ଟେନମେଣ୍ଟ ଜୋନରେ ବାରମ୍ବାର ଗଣ୍ଡଗୋଳ ହେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗଣ୍ଡଗୋଳକାରୀଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ପାଇଁ ବଜରଙ୍ଗ ଦଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାକୁ କେନ୍ଦ୍ର କରି ପୁଲିସ ଏଭଳି ପ୍ରତିଶୋଧାତ୍ମକ କାର୍ଯ୍ୟ କରୁଥିବା ବଜରଙ୍ଗ କର୍ମୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର