ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ଏସଆଇ ତଅପୋଇ ନାୟକ ନିଳମ୍ବିତ

ପୁରୀ : ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଏସପି । କର୍ତ୍ତବ୍ୟରେ ଅବହେଳା ପାଇଁ ଥାନା ଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି ।

ସେ ମାଲଖାନା ଦାୟିତ୍ୱରେ ଥିଲେ । ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରକ ପଦାର୍ଥ ଥିବାନେଇ ସେ ନୂତନ ଥାନାଧିକାରୀଙ୍କୁ ଜଣାଇନଥିଲେ। ତାଙ୍କର ଏହି ଅବହେଳା ଯୋଗୁଁ ବଳଙ୍ଗା ଥାନା ବିସ୍ଫୋରଣର ଶୀକାର ହେଲା । ତେଣୁ ତାଙ୍କୁ ଆଜି କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ନିଲମ୍ବିତ କରାଯାଇଛି ।

ସୂଚନାଯୋଗ୍ୟ, ଗତ ସୋମବାର ମଧ୍ୟରାତ୍ରୀରେ ଥାନାରେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଥାନାର ଛାତ ଭୁଷୁଡି ପଡ଼ିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଥିଲା। ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା । ଆଇଆଇସି ଅଫିସ ସମେତ ହାଜତ ମଧ୍ୟ ମାଟିରେ ମିଶିଯାଇଥିଲା  । କିନ୍ତୁ ସେ ସମୟରେ ଥାନାରେ କୌଣସି କର୍ମଚାରୀ ନଥିଲେ ।

କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  ତେବେ ମାଲଖାନାରେ ରଖାଯାଇଥିବା ବିସ୍ଫୋରକ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର