ବଲାଙ୍ଗୀର: ବଲାଙ୍ଗୀର ସହରର ବାଇପାସ୍ ପାଇଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ସହରର ବିଭିନ୍ନ ସଂଗଠନ ବିଭିନ୍ନ ସମୟରେ ବାଏପାସ୍ ଦାବିରେ ଆନ୍ଦୋନକୁ ମଧ୍ୟ ଓହ୍ଲାଇଛନ୍ତି। ଶୁକ୍ରବାର ସକାଳ ସାଢ଼େ ୧୧ଟା ସମୟରେ ବଲାଙ୍ଗୀର ବିଜାଖମନରେ କେନ୍ଦ୍ର ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦ୍ୱାରା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ୪୩୦ କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ବାଇପାସ୍ ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
କାର୍ଯ୍ୟକ୍ରମରେ ଇସ୍ପାତ, ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବିଭାଗୀୟ ସୂଚନାରୁ ଜଣାପଡ଼ିଛି।