ବଲାଙ୍ଗୀର: ସ୍ଥାନୀୟ ହୋଟେଲ ସ୍ବୟଂଠାରେ ବଲାଙ୍ଗୀର ହୋଟେଲ ମାଲିକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାପତି ଜୟପ୍ରକାଶ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ମୁଖ୍ୟ ଅତିଥି, ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ ମୁଖ୍ୟବକ୍ତା, ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍ପି ଋଷିକେଶ ଖିଲାରୀ, ରାଜ୍ୟ ହୋଟେଲ ମାଲିକ ସଂଘ ସଭାପତି ଜେ.କେ. ମହାନ୍ତି, ପଶ୍ଚିମ ଓଡ଼ିଶା ସଭାପତି ଯଶବୀରସିଂ ହୁରା ଓ ସାଧାରଣ ସଂପାଦକ ରବି ନାରାୟଣ ପୂଜାରୀ ମଞ୍ଚାସୀନ ଥିଲେ। ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି କରାଯାଉ, ସାରା ରାଜ୍ୟର ବିଭିନ୍ନ ସମସ୍ୟାଗୁଡ଼ିକ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଉପସଭାପତି ଲୋଟସ ଷଡ଼ଙ୍ଗୀ, ସହସମ୍ପାଦକ ଅଭିଜିତ ମିଶ୍ର, କୋଷାଧ୍ୟକ୍ଷ ଜନ୍ମଜୟ ଭମର, ବରିଷ୍ଠ ସଦସ୍ୟ ଅଶୋକ ପାଢ଼ୀ, ରାମ ଦାଶ, ବୁଲୁ ପୁରୋହିତ, ଧ୍ରୁବ ଯୁଏଡ଼, ତ୍ରିପୁରାରୀ ପାଣିଗ୍ରାହୀ, ନରେନ୍ଦ୍ର ସାହୁ, ଗୋପାଳ ଦାନୀ, ଭିକି ଅଗ୍ରୱାଲ, ସ୍ୱାଗତ ପୁରୋହିତ, ପ୍ରଣବ ଖୁଆସ, ବିବେକା ପତି, ମହତ୍ମା ସାହୁ, ବିଶ୍ୱଜିତ ସାହୁ, ପଙ୍କଜ ଅଗ୍ରୱାଲ, ହରୀଶ ରାୟଥାଟାଙ୍କ ସହ ଜିଲ୍ଲାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହୋଟେଲ ମାଲିକମାନେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଝାରସୁଗୁଡ଼ାର ହୋଟେଲ ମାଲିକ ଆଶିଷ ପାଳିତଙ୍କୁ ସମ୍ମାନିତ କରାଯାଇଥିଲା।