ବଲାଙ୍ଗୀର: ମହିଳାମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଅତିମାତ୍ରାରେ ହେଉଥିଲେ ମଧ୍ୟ ସେମାନଙ୍କୁ ଉଚିତ ନ୍ୟାୟ କି ସୁରକ୍ଷା ମିଳୁନାହିଁ ବୋଲି ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ସଂଗଠନ ୨୨ ତାରିଖ ଗୁରୁବାର ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ କରିବାକୁ ସଂଗଠନ ଆହ୍ବାନ ଦେଇଛି। ଏହି ବନ୍ଦ ଡାକରାକୁ ନଗର କଂଗ୍ରେସ କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି। ସେହିପରି ବଲାଙ୍ଗୀରର ବିଭିନ୍ନ ସଂଗଠନ ମଧ୍ୟ ଏହାକୁ ସମର୍ଥନ କରିଥିବା ମହିଳା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp