ପୁଇଁତଲା: ସ୍ୱାମୀକୁ ସାମାନ୍ୟ ମୋବାଇଲ ପାଇଁ ପନିକିରେ ଜଣେ ମହିଳା ହାଣି ଦେଇଥିବା ଜଣାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ। ଗୁରୁତର ଅବସ୍ଥାରେ ସ୍ୱାମୀ ଗଣେଶ୍ୱର ସୁନାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣା ପରେ ଅଭିଯୁକ୍ତ ସ୍ତ୍ରୀ ଈଶ୍ୱରୀ ନିଜ ଝିଅକୁ ସାଙ୍ଗରେ ଧରି କୁଆଡ଼େ ପଳାଇଥିଲେ। ହେଲେ ପରେ ସେ ଫେରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ଛଅ ବର୍ଷ ତଳେ କେସେରକେଲା ଗାଁର ଗଣେଶ୍ୱର ସୁନା ଈଶ୍ୱରୀ କୁମାରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛି। ମଝିରେ ମଝିରେ ଦଂପତିଙ୍କ ଭିତରେ କଳି ଝଗଡ଼ା ହେଉଥିଲା। ଈଶ୍ୱରୀ ଗଣେଶ୍ୱରଙ୍କୁ ମୋବାଇଲ ଦେଖିବାକୁ ମାଗିଥିଲେ। କିନ୍ତୁ ଡାଟା ଶେଷ ହୋଇଯିବ କହି ସ୍ତ୍ରୀଙ୍କୁକୁ ମୋବାଇଲ ଗଣେଶ୍ୱର ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗଣେଶ୍ୱର ଶୋଇଥିବା ଅବସ୍ଥାରେ ଈଶ୍ୱରୀ ପନିକି ଆଣି ଗଣେଶ୍ୱରଙ୍କ ମୁଣ୍ଡ ଓ ହାତକୁ ଚୋଟ ପକାଇଥିଲେ।
ମୋବାଇଲ ପାଇଁ ଉନ୍ମତ୍ତ କାଣ୍ଡ: ସ୍ବାମୀଙ୍କୁ ପନିକିରେ ହାଣିଲେ ସ୍ବାମୀ
/sambad/media/post_attachments/wp-content/uploads/2023/03/Bhima-Bhoi-Medical-College-student.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)