କଣ୍ଟାବାଞ୍ଜି: ମଙ୍ଗଳବାର ଜଣେ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଜାମୁଟଝୁରି ଗ୍ରାମର ଲକ୍ଷ୍ମୀଧର ମାଝୀଙ୍କ ପୁଅ ବିକାଶ ମାଝୀ (୧୯)। ସୋମବାର ରାତିରେ ବିକାଶ ତାଙ୍କ ଚାଷ ଜମିରେ କୀଟନାଶକ ପିଇ ମୃତ୍ୟୁବରଣ କରିଥିବା ନେଇ ପରିବାର ଲୋକେ କଣ୍ଟାବାଞ୍ଜି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କଣ୍ଟାବାଞ୍ଜିର ଏକ ଦୋକାନରେ କାମ କରୁଥିବା ବିକାଶ କେବେ ମଦ୍ୟପାନ କରୁନଥିବା ବେଳେ ଘଟଣା ଦିନ ମଦରେ କୀଟନାଶକ ମିଶାଇ ପିଇ ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ତଦନ୍ତକାରୀ ଅଧିକାରୀ ମାଧବ ହୋତା କହିଛନ୍ତି। ତେବେ ଏହା ଆତ୍ମହତ୍ୟା ନା’ ହତ୍ୟା ତାହା ଅଧିକ ତଦନ୍ତ କଲେ ଜଣାପଡ଼ିବ।
ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା!
/sambad/media/post_attachments/wp-content/uploads/2018/05/blgr-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)