ମଦ ଜବତ, ୫ ଗିରଫ

ଟିଟିଲାଗଡ଼: ଟିଟିଲାଗଡ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୨ ଲିଟର ବିୟର, ୬ ଲିଟର ବିଦେଶୀ ମଦ ଓ ୫ ଲିଟର ହାତରନ୍ଧା ମଦ ଜବତ କରିଛି। ଏହି କାରବାରରେ ବିଜେପୁର ଗାଁରୁ ଗୋବର୍ଦ୍ଧନ ସାହୁ, ଲୁଥୁରବନ୍ଧରୁ ବାବୁଲାଲ ସାହୁ, ନାନାଝରରୁ ଧନଞ୍ଜୟ ସାହୁ, ଟିଟିଲାଗଡ଼ରୁ ଅନିଲ ବର୍ମା ତଥା ଡାବଝର ଗାଁରୁ ଜୟରାମ ଭୋଇଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅବକାରୀ ଇନ୍‌ସପେକ୍ଟର ଜ୍ଞାନରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର