ବଲାଙ୍ଗୀର: କୃମି ଔଷଧ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସଇଁତଳା: ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ ତେତେଲପଦର ପ୍ରାଥମିକ ବିଦ୍ୟାଳୟରେ ବୁଧବାର କୃମି ଔଷଧ ଖାଇ ୧୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। କୃମି ଦିବସ ଅବସରରେ ମଧ୍ୟାହ୍ନ ଭୋଜନ ପରେ ପିଲାମାନଙ୍କୁ କୃମି ଔଷଧ ଦିଆଯାଇଥିଲା। ମେଡିକାଲ ଟିମ୍‌ ଉପସ୍ଥିତିରେ ପିଲାମାନଙ୍କୁ ଔଷଧ ଦିଆଯାଇଥିଲେ ମଧ୍ୟ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୌଣସି ଅସୁବିଧା ହୋଇଥିଲା। ମାତ୍ର ୬ଷ୍ଠ ଓ ୭ମ ଶ୍ରେଣୀର କିଛି ପିଲା ଔଷଧ ଖାଇବା ପରେ ବାନ୍ତି କରିଥିଲେ। ସେହିପରି କିଛି ପିଲାମାନଙ୍କ ମୁଣ୍ଡ ବୁଲାଇଥିଲା। ପରେ ପିଲମାନଙ୍କୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପିଲାମାନେ ହେଲେ:

ସ୍ୱରୂପା ରଣା, ରଶ୍ମିତା ରଣା, ରୁବି ରଣା, ସ୍ୱପ୍ନା ହରପାଳ, ରୋଶନ କୁମ୍ଭାର, ଆରତୀ ରଣା, ଆକାଶ ରଣା, ହିମାଂଶୁ ରଣା, ଯୋଗୀତା ରଣା ଓ ରୀନା ଭୋଇ।

ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ନେଇ ତେତେଲପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶେଷଦେବ ପ୍ରଧାନ କହିଛନ୍ତି, ବିଦ୍ୟାଳରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ ୭ମ ଶ୍ରେଣୀରେ ପଢ଼ନ୍ତି। ଆଜି ମଧ୍ୟାହ୍ନ ଭୋଜନ ପରେ କୃମି ଔଷଧ ‘ଆଲବେଣ୍ଡା ଜୋଲ’ ଦିଆଯାଇଥିଲା। ଔଷଧ ଖାଇବା ପରେ ୧୦ ଜଣ ପିଲା ଅସୁସ୍ଥ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ପିଲା ସୁସ୍ଥ ହୋଇଯାଇଛନ୍ତି ବୋଲି ଶିକ୍ଷକ କହିଛନ୍ତି।

ସମ୍ବନ୍ଧିତ ଖବର