ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଦନ୍ଦରା ଗାଁରେ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଗତ ୩ ବର୍ଷ ମଧ୍ୟରେ ଲୋକନାଥ ଗଡୁଆ(୫୮), ସୁଧୀର ଗଡୁଆ(୫୨), ରାଜୀବ କରନ(୪୦), କମନ କରନ(୬୨), ଅନ୍ତରାମ ଦୀପ(୬୦), ନୀଳକଣ୍ଠ ମହାନନ୍ଦ(୬୦), ନୀଳକାନ୍ତ କୁଅଁର(୫୪), ବନ ଦୀପ(୬୦), କାର୍ତ୍ତିକ ନାଏକ (୩୦), ସୁରେନ୍ଦ୍ର ବଗର୍ତ୍ତି(୪୦), ଖଗେଶ୍ୱର ଠେଲା(୪୮), ଗୋକୁଳ ଠେଲା(୫୬), କାଳିଆ ମୁନି ଦୀପ (୪୨) ପ୍ରମୁଖ ୧୩ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ଏହି ଗାଁର ରାଧେଶ୍ୟାମ ବାଗ(୫୨), ଦେବାର୍ଚ୍ଚନ ମାଝୀ(୬୦), ଗୌତମ ସେଠ(୬୫), ଧନୁ ବଗର୍ତ୍ତି(୬୫), ଶରତ ଚନ୍ଦ୍ର ମହାକୁର(୬୬), ନକୁଳ ଗଡୁଆ(୩୮) କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଶ୍ରୀମତୀ ମଞ୍ଜୁ ସେଠ୍(୨୬) କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ କିଛିଦିନ ବାହାରେ ଚିକିତ୍ସିତ ହେବା ପରେ ବର୍ତ୍ତମାନ ଅର୍ଥାଭାବରୁ ଚେରିମୂଳି ଚିକିତ୍ସା କରୁଥିବା ଜଣାଯାଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜ୍ଞାନେନ୍ଦ୍ର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ। ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ସମାଜସେବୀ ତେଜୁରାମ ବାଗ, ମାଲିକ ମହାକୁର, ସଦାନନ୍ଦ ମହାକୁର, ମଣ୍ଟୁ ଗଡୁଆ ପ୍ରମୁଖ ଦାବି କରିଛନ୍ତି।
୩ ବର୍ଷରେ କିଡ୍ନି ରୋଗରେ ମଲେଣି ୧୩
/sambad/media/post_attachments/wp-content/uploads/2018/07/Kidney2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)