ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ, ଚିନ୍ତାରେ ଦୋକାନୀ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ରେ ନିଆଁ ଲାଗି ୧୭ଟି ଉଠା ଦୋକାନ ଜଳିଯାଇଥିବାର ଖବର ମିଳିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାନେଇ ଦୋକାନୀମାନେ ଅଭିଯୋଗ କରିଛନ୍ତି।

ଆଜି ପୁଣି ଶନିବାର। ଶନିବାର ଟିଟିଲାଗଡ଼ ସହରରେ ସାପ୍ତାହିକ ମୁଖ୍ୟ ବଜାର ଥାନା ଛକରେ ବସିଥାଏl ଏମିତି ସ୍ଥଳରେ ଉଠା ଦୋକାନୀମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରଖିଥିଲେ। ହେଲେ ସବୁ ଜଳି ପୋଡ଼ି ଯାଇଛି। ଧାର କରଜ କରି ଦୋକାନ କରିଥିଲେ। ଦୋକାନରୁ ନିଜ ତଥା ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଏବେ ନିଆଁ ସବୁ କିଛି ଛାରଖାର କରିଦେଇଛି। କେମିତି ଉଠା ଦୋକାନୀମାନେ ଋଣ ଶୁଝିବେ ଓ କେମିତି ନିଜ ପରିବାରର ପ୍ରତିପୋଷଣ କରିବେ ତାଙ୍କୁ ନେଇ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧିତ ଖବର