ବଙ୍ଗୋମୁଣ୍ଡା ପୁଲିସର ଚଢ଼ାଉ: ୧୭ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଥାନାରେ ଅଟକ

କଣ୍ଟାବାଞ୍ଜି: ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ ହେଇଥିବା ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୁଲିସ। ୧୭ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି। ଦାଦନ ଶ୍ରମିକମାନେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଳଷ୍ଟେସନରୁ  ଟ୍ରେନରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାର ଥିଲା। କୌଣସି ସୂତ୍ରରୁ ପୁଲିସ ଖବର ପାଇ ପୋଲିସ ଦନ୍ଦରା ଗାଁ ନିକଟରୁ  ଚଢାଉ କରିଥିଲା। ଦାଦନ ଶ୍ରମିକଙ୍କ ସମେତ ଦାଦନ ସର୍ଦ୍ଦାର ଥାନାରେ ଅଟକ ରଖିଛି ପୁଲିସ।

ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସିମତେ ଖବର ମିଳିଥିଲା ଯେ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଦାଦନ ଶ୍ରମିକମାନଙ୍କୁ ଚାଲାଣ କରାଯାଉଛି। ଗୋଟିଏ ବୋଲେରୋ ଓ ଅଟୋରେ ଉକ୍ତ ଶ୍ରମିକମାନେ ଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଶ୍ରମିକମାନଙ୍କ ଭିତରେ ୫ ଜଣ ପୁରୁଷ, ୮ ଜଣ ମହିଳା ଓ ୪ଜଣ ଶିଶୁ ଥିବା ଜଣାପଡ଼ିଛି। ଏହି ଶ୍ରମିକମାନଙ୍କୁ ବେଆଇନ ଭାବେ ରାଜ୍ୟ ବାହାରକୁ ନେବାର ଯୋଜନା ଥିଲା।

ସମ୍ବନ୍ଧିତ ଖବର