ସୋନପୁର: ସୋମବାର ଅପରାହ୍ନରେ ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ଛେପାପାଲି ଛକ ନିକଟରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାପା-ଝିଅର ମୃତ୍ୟ ଘଟିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ସେହିପରି ଅନ୍ୟ ବାଇକ୍ରେ ଥିବା ୨ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସୋନପୁର ପଟାଭାଡ଼ିର ବାଳଗୋପାଳ ମିଶ୍ର (୪୩) ପତ୍ନୀ କଲ୍ୟାଣୀ (୪୦) ଝିଅ ଶ୍ରୀମା ପ୍ରିୟଦର୍ଶିନୀ (୮) ଏକ ବାଇକ୍ରେ ତରଭା ପଟରୁ ସୋନପୁରକୁ ଫେରୁଥିଲେ। ଅନ୍ୟପାର୍ଶ୍ବରୁ ଅନ୍ୟ ଏକ ବାଇକ୍ରେ ବଲାଙ୍ଗୀର ବଡ଼ମାଲର ୨ ଭାଇ ମାନଭଞ୍ଜନ ମିଶ୍ର (୩୨) ଓ ମନୋରଞ୍ଜନ ମିଶ୍ର (୩୦) ସୋନପୁର ପାର୍ଶ୍ବ ପଟରୁ ବଡ଼ମାଲ ଫେରୁଥିଲେ।
ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ଛେପାପାଲି ଛକରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୫ ଜଣ ଗୁରୁତର ଆହତ ହୋଇଥିଲ। ଅଗ୍ନିଶମ ବିଭାଗ ଆହତମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ବାଳଗୋପାଳ ଏବଂ ଝିଅ ଶ୍ରୀମା ପ୍ରିୟଦର୍ଶିନୀକୁ ମୃତ ଘୋଷଣା କରିଥଲେ। ମା କଲ୍ୟାଣୀ ଏବେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ୨ ଭାଇ ମାନଭଞ୍ଜନ ଏବଂ ମନୋରଞ୍ଜନ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆହତ ୨ ଭାଇ ମାନଭଞ୍ଜନ ଏବଂ ମନୋରଞ୍ଜନଙ୍କ ମୂଳ ଘର ଟିଟିଲାଗଡ଼ ଏବଂ ତାଙ୍କର ବାପା ବଡ଼ମାଲରେ ଚାକିରି କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/31kihun02-accki01bikeaccident.jp_.jpg)