ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଦ୍ବିପ୍ରହରରେ ହଠାତ୍ ବର୍ଷା, ଘଡଘଡି ସହ ବଜ୍ରପାତ ହୋଇଯାଇଛି। ଫଳରେ ବେଲପଡା ବ୍ଲକ ମାଲପଡାରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଦ୍ବିପ୍ରହର ସମୟରେ ହଠାତ୍ ଘଡଘଡି ସହ ବର୍ଷା ଓ ବଜ୍ରପାତ ହୋଇଥିଲା। ଠିକ୍ ବର୍ଷା ହେବା ବେଳକୁ ପୀଡ଼ିତ ଦ୍ବୟ ବେଲପଡା ବ୍ଲକ ମାଲପଡା ଗ୍ରାମରେ ଥିବା ପୋଖରୀକୁ କାମ ସାରି ଗାଧୋଇବା ପାଇଁ ଯାଇଥିଲେ। ଅଚାନକ ଏକ ବଜ୍ରପାତ ହୋଇ ପୋଖରୀ ଆଡ଼ିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।
ମୃତକ ୨ ଜଣ ହେଲେ ବେଲପଡା ବ୍ଲକ ମାଲପଡା ଗ୍ରାମର ଟିକେଧର ମାଝୀ ଓ ଖପ୍ରାଖୋଲ ବ୍ଲକ ସାହାଜପାଣି ଗ୍ରାମର ଦୀଲିପ ମାଝୀ। ଦୀଲିପ ନିଜ ଶଶୁର ଘରେ ରହୁଥିଲେ ବୋଲି ଜଣାପଡିଛି। ତେବେ ଘଟଣା ଘଟିବା ସୂଚନା ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/23/QkM7yigOVPjES7pcUL6H.webp)