ପାଟଣାଗଡ଼: ପ୍ରସିଦ୍ଧ ତୀର୍ଥପୀଠ ହରିଶଙ୍କର ମହୋତ୍ସବର ପ୍ରଥମ ଦିନରେ ମହୁମାଛି ଆକ୍ରମଣରେ ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧ ତାରିଖରେ ହରିଶଙ୍କର ମହୋତ୍ସବ ଆରମ୍ଭ ହୋଇଛି। ମହୋତ୍ସବ ପାଇଁ ଲୋକେ ଆସୁଥିବା ବେଳେ ବିଭିନ୍ନ ସରକାରୀ ଅଫିସର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଡେରା ପକାଇଛନ୍ତି। ତେବେ ହରିଶଙ୍କରରେ ଥିବା ଉଦ୍ୟମ ବିଭାଗ ପରିସରରେ ଆମ୍ବଗଛ ନିକଟରେ ଖାଇବା ପାଇଁ ରାନ୍ଧୁଥିବା ସମୟରେ ଗରମ ବାମ୍ଫ ବା ଧୂଆଁ ବାହାରି ଆମ୍ବଗଛରେ ଥିବା ମହୁ ଫେଣାରେ ବାଜିଥିଲା।

Advertisment

ଫଳରେ ମହୁମାଛିଗୁଡ଼ିକ ଫେଣାରୁ ବାହାରି ଇତଃସ୍ତତ ହେବା ସହ ସେଠାରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ସରକାରୀ କର୍ମଚାରୀ ମହୁମାଛିର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସେମାନେ ଜଗି ଭୁଓ ଓ ସୁଶାନ୍ତ ଧରୁଆ ବସି ଜଣାପଡ଼ିଛି। ମହୁମାଛି ଆକ୍ରମଣରେ ଆହତ ହେବାରୁ ସେମାନଙ୍କୁ ତୁରନ୍ତ ଖପ୍ରାଖୋଲ ସିଏଚସିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ଜଣାପଡିଛି।