ବଲାଙ୍ଗୀର: ଧୀରେ ଧୀରେ ଅଶାନ୍ତ ହୋଇପଡୁଛି ବଲାଙ୍ଗୀର ସହର। ପ୍ରତିଦିନ ଲୁଟତରାଜ, ହାଣକାଟ। ଗତକାଲି ସହରର ଶାନ୍ତିପଡାରେ ଜଣେ ଦୃବୁର୍ତ୍ତଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇଛନ୍ତି ପରିବାରର ତିନିଜଣ। ଦୃବୁର୍ତ୍ତ ଜଣକ ଦେଢ ବର୍ଷର ଛୋଟ ଝିକୁ ମଧ୍ୟ ଆକ୍ରମଣ କରି ରକ୍ତାକ୍ତ କରିଛି। ବଲାଙ୍ଗୀର ଶାନ୍ତିପଡାର ସୁଶୁଲ ମେହେରଙ୍କ ଘରେ ସନ୍ଧ୍ୟାରେ ସ୍ତ୍ରୀ ମମତା ମେହେର ତାଙ୍କ ଭଉଣୀ ଆରାଧନା ମେହେର ଏବଂ କୁନି ଝିଅ ଶ୍ରୀୟା ମେହେର ଘରେ ଥିଲେ ।
ଜଣେ ଦୃବୁର୍ତ୍ତ ହଠାତ କବାଟ ବାଡେଇ ଥିଲା। କବାଟ ଖୋଲିବା ପରେ ତିନିଜଣଙ୍କୁ ଲୁହା ରଡରେ ପିଟି ଚାଲିଥିଲା। ପାଟିତୁଣ୍ଡ ଶୁଣି ପଡୋଶୀ ମାନେ ଧାଇଁ ଆସିବାରୁ ଫେରାର ମାରିଥିଲା ଦୃବୁର୍ତ୍ତ। ଗୁରୁତର ତିନିଜଣଙ୍କ ପାଖ ପଡୋଶୀ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ତିନିଜଣଙ୍କୁ ଆଜି ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।
ଆକ୍ରମଣର କାରଣ ଜଣାପଡିନାହିଁ । କେହି କେହି ଡକାୟତି ଉଦ୍ଦେଶ୍ୟରେ ଆକ୍ରମଣ କହୁଥିବା ବେଳେ, କେହି କେହି ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା କହୁଛନ୍ତି । ସେପଟେ ଘରର ମୁରବୀ ସୁଶିଲ ମେହେର ଘଟଣା ସଂପର୍କରେ ମୁହଁ ଖୋଲୁନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/images-1.jpg)