କଣ୍ଟାବାଞ୍ଜି: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୫୨ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି। ଉଦ୍ଧାର ଶ୍ରମିକମାନେ ନୂଆପଡ଼ା ଜିଲ୍ଲା ବୁଡେନ ଥାନା ହାତିବନ୍ଧା ଏବଂ ବେଲପଡ଼ା ବ୍ଲକ ଅଞ୍ଚଳର ବୋଲି ଜଣାଯାଇଛି। ଏହି ଶ୍ରମିକମାନଙ୍କ ମଧ୍ୟରେ ୧୮ ଜଣ ପୁରୁଷ, ୧୭ ମହିଳା ଏବଂ ୧୭ ଶିଶୁ ଥିବା ଜଣାଯାଇଛି।

Advertisment

publive-image

ଉଦ୍ଧାର ଶ୍ରମିକମାନଙ୍କଠାରେ କୌଣସି କାଗଜପତ୍ର ନଥିବା ବେଳେ ଦାଦନ ଦଲାଲ ଏବଂ ସର୍ଦାର ରାତିରେ ଏମାନଙ୍କୁ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଳାଣ କରିବାକୁ ରେଳ ଷ୍ଟେସନକୁ ନେଇଥିଲେ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ରେଳ ଷ୍ଟେସନରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଦାଦନ ସର୍ଦାର ଫେରାର ହୋଇଥିଲା। ତେବେ ଜଣେ ଦଲାଲକୁ ପୁଲିସ ଥାନାରେ ଅଟକ ରଖିଛି।