ପାଟଣାଗଡ଼ରେ ଚାଞ୍ଚଲ୍ୟ : ଗୋଟିଏ ଘରେ ପଡ଼ିରହିଛି ୬ଟି ମୃତ ଦେହ, ପୁଲିସର ତଦନ୍ତ ଜାରି

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ସ୍ଥିତ ସଅଁରାପଡ଼ାଠାରେ ଆଜି ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ସ୍ଥାନୀୟ କୁସୁମପଡ଼ାରେ ଗୋଟିଏ ଘର ଭିତରେ ୬ ଜଣ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଥିବା ଜଣାପଡ଼ିଛି । ସମସ୍ତ ମୃତଦେହ ଉପରେ କମ୍ବଳ ଘୋଡ଼ାଯାଇଛି । ମୃତଦେହ ଗୁଡ଼ିକ ଗୋଟିଏ ପରିବାରର ସଦସ୍ୟଙ୍କର ବୋଲି କୁହାଯାଉଛି । ମୃତଦେହ ନିକଟରୁ ଟାଙ୍ଗିଆ ଓ ଫାର୍ଶା ଜବତ କରାଯାଇଛି ।

ଘଟଣାସ୍ଥଳରେ ପୁଲିସ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସାଇଣ୍ଟିଫିକ ଟିମ ପହଞ୍ଚିଲେ ପଡ଼ିଥିବା ବ୍ୟକ୍ତିମାନେ ମୃତ କି ଜୀବିତ ବୋଲି ଜଣାପଡ଼ିବ ବୋଲି ପାଟଣାଗଡ଼ ଥାନା ଅଧିକାରୀ ପ୍ରିୟଙ୍କା ରାଉତରାୟ କହିଛନ୍ତି ।

ବର୍ତ୍ତମାନ ଘଟଣାସ୍ଥଳରେ ପାଟଣାଗଡ଼ ଥାନାଧିକାରୀ, ବଲାଙ୍ଗୀର ଅତିରିକ୍ତ ଏସପି ଓ  ପାଟଣାଗଡ଼ ତହସିଲଦାର ପହଞ୍ଚିବା ଜଣାପଡିଛି।

ସମ୍ବନ୍ଧିତ ଖବର

Comments are closed.