କଂଟାବାଞ୍ଜିରେ ବ୍ୟାଙ୍କ ବାହାରୁ ଝାମ୍ପି ନେଲେ ୭ ଲକ୍ଷ

ବଲାଙ୍ଗିର:  କଂଟାବାଞ୍ଜି ଆନ୍ଧ୍ରା ବ୍ୟାଙ୍କ ବାହାରୁ ଜଣେ ଗ୍ରାହକଙ୍କ ଠାରୁ ୭ ଲକ୍ଷ ଟଂକା ଝାମ୍ପି ନେଲେ ଲୁଟେରା । ଏଭଳି ଅଭିଯୋଗ ହୋଇଛି କଂଟାବାଞ୍ଜି ଥାନାରେ । ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ବ୍ୟାଙ୍କକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୁଚନା ଅନୁସାରେ ବେଲପଡା ଥାନା ଅନ୍ତର୍ଗତ ମଧ୍ୟପୁର ଗାଁର ରାଜାରାମ ନାଏକ  କଂଟାବାଞ୍ଜି – ବଲାଙ୍ଗିର ମୁଖ୍ୟରାସ୍ତାରେ ଥିବା ଆନ୍ଧ୍ରା ବ୍ୟାଙ୍କକୁ ଟଂକା ଉଠାଇବାକୁ ଯାଇଥିଲେ। ସେ ୭ ଲକ୍ଷ ଟଂକା ଉଠାଇ ବ୍ୟାଙ୍କରୁ ବାହାରି ନିଜ ବୋଲେରୋରେ ବସୁଥିବା ସମୟରେ ଦୁଇ ଜଣ ଲୁଟେରା ଏକ ପଲସର ଗାଡିରେ ଆସି ଟଂକା ରଖିଥିବା ବ୍ୟାଗକୁ ଝାମ୍ପି ନେଇଥିଲେ । ତେବେ ଦୁଇ ଲୁଟେରା ପୁର୍ବରୁ ବ୍ୟାଙ୍କରେ ଥିବା ବେଳେ ରାଜାରାମ ଟଂକା ଉଠାଣ କରିଥିବା ଦେଖିଥିଲେ । ତେବେ ସେମାନେ ଲୁଟେରା ହୋଇଥିବା ରାଜାରାମ ସଂଦେହ କରି ନଥିଲେ କାରଣ ସେମାନେ ମଧ୍ୟ ବ୍ୟାଙ୍କରୁ କିଛି ଟଂକା ଉଠାଇଥିବା ରାଜାରାମ କହିଛନ୍ତି । ତେବେ ପୋଲିସ ବ୍ୟାଙ୍କର ସିସିଟିଭି ଯାଂଚ କରିବା ସହ ତଦନ୍ତ ଆଗକୁ ବଢାଇଛି ।

ସମ୍ବନ୍ଧିତ ଖବର