ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା ଘଟିଛି। ପାଟଣାଗଡ଼ର ବାପୁଜୀ ହାଇସ୍କୁଲର ୭ ଜଣ ଛାତ୍ରୀ ପ୍ରାର୍ଥନା ସଭାରେ ବିଳମ୍ବରେ ପହଞ୍ଚିଥିଲେ। ଏହାକୁ ନେଇ ଜଣେ ଶିକ୍ଷକ ଉତକ୍ଷିପ୍ତ ହୋଇ ଉକ୍ତ ଛାତ୍ରୀମାନଙ୍କୁ ଉଠବସ୍ ହେବାକୁ କହିଥିଲେ। ଏହାପରେ ଛାତ୍ରୀମାନେ ହଠାତ୍ ଅସୁସ୍ଥ ହୋଇଥିଲେ। ଏହାପରେ ଅସୁସ୍ଥ ଛାତ୍ରୀମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୭ ଛାତ୍ରୀ ଅସୁସ୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଧିକାରୀ। ସେମାନେ ଉଠବସ୍ ହେବା ଫଳରେ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇଥିବା ସେ କହିଛନ୍ତି।

ଘଟଣା ସ୍ଥଳରେ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଅଛନ୍ତି। ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି।