ସଇଁନ୍ତଲା: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦିଆଯାଉଛି। ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ଏଠାରେ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୁଣ୍ଡ ଫାଟୁଛି। ବଲାଙ୍ଗୀରଜିଲ୍ଲା ସଇଁତଲା ବ୍ଳକ ଶିକ୍ଷା ବିଭାଗ ଅନ୍ତର୍ଗତ କରମତଲାଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏହିଭଳି ଅଭାବନୀୟ ଘଟଣା ଘଟିଛି। ଆହତ ଛାତ୍ର ସପ୍ତମ ଶ୍ରେଣୀରେ ପଢ଼ନ୍ତି।
ସୂଚନା ମତେ କୁମୁଦ ରଂଜନ ମେହେର କରମତଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। କରମତଲା ଗ୍ରାମର ପ୍ରତାପ ରଣାଙ୍କ ପୁତ୍ର ଉକ୍ତ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି।
ସୋମବାର ଦିନ ଶ୍ରୀ ରଣାଙ୍କ ପୁତ୍ର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥିବାବେଳେ କୌଣସି କାରଣରୁ ପ୍ରଧାନଶିକ୍ଷକ ଶ୍ରୀ ମେହେର ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ମାଡ଼ ମାରିବା ଦ୍ୱାରା ଛାତ୍ରଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା।
ପରିବାର ଲୋକେ ଏବିଷୟରେ ଜାଣିବାପରେ ତୁରନ୍ତ ତାକୁ ସଇଁତଲା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକତ୍ସା କରାଇଥିଲେ। ପରେ ଏ ବିଷୟରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ବିଷୟରେ ବ୍ଳକ ଶିକ୍ଷା ବିଭାଗର ସିଆରସିସି ପ୍ରମୋଦ ବୁଡ଼େକଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିବାବେଳେ ସେ ଫୋନ ଉଠାଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେହିପରି ପ୍ରଧାନଶିକ୍ଷକ ଶ୍ରୀ ମେହେରଙ୍କୁ ଏବାବଦରେ ପଚାରିବାରୁ ଘଟଣା ସତ ବୋଲି କହିଥିଲେ।
Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/e7DPN39OrxofNaK6v0qw.jpg)