୯ ବେଆଇନ ଗ୍ୟାସ ସିଲିଣ୍ଡର ଜବତ

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ଗାଁର ମକରନ୍ଦ ସାହୁଙ୍କ ଘରେ ଯୋଗାଣ ବିଭାଗ ଚଢ଼ଉ କରି ୨୯ଟି ବେଆଇନ୍‌ ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ମକରନ୍ଦ ବହୁ ଦିନରୁ ବେଆଇନ ଭାବେ ଗ୍ୟାସ୍‌ ବେପାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସିଏସ୍‌ଓ ରାଜକିଶୋର ପାଣିଗ୍ରାହୀ, ବଙ୍ଗୋମୁଣ୍ଡା ଯୋଗାଣ ଅଧିକାରୀ ଅସିତ ମହାନ୍ତି, ଟିଟିଲାଗଡ଼ର ଯୋଗାଣ ଅଧିକାରୀ ପ୍ରମିଳା ଟେଟେ, ମୁରିବାହାଲର ପୌଲୁସ କେର୍କେଟା, ସଇନ୍ତଲାର ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ପ୍ରମୁଖ ଚଢ଼ଉ କରିଥିଲେ। ମକରନ୍ଦଙ୍କ ଘରୁ ୧୭ଟି ଗ୍ୟାସ୍‌ ଭର୍ତ୍ତି ଓ ୧୨ଟି ଖାଲି ସିଲିଣ୍ଡର ମିଳିଥିଲା। ଏହି ଜବତ ଗ୍ୟାସ୍‌କୁ ବଙ୍ଗୋମୁୁଣ୍ଡା ଇଣ୍ଡେନ ଗ୍ୟାସ୍‌ ଡିପୋରେ ଜିମା ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ସେ ଏହା ଉପରେ କାର୍ଯ୍ୟାନୁୁଷ୍ଠାନ ନେବେ ବୋଲି ବଙ୍ଗୋମୁଣ୍ଡା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର