ଲାଠୋର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ସଦର ଗ୍ରାମସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ସ୍କୁଲରେ ପ୍ରକୃତି ବନ୍ଧୁ ଅରୁଣ ବିଶ୍ବାଳଙ୍କ ସଂଯୋଜନାରେ ‘‘ମା ପାଇଁ ଗଛ ଟିଏ’’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଖପ୍ରାଖୋଲ ରେଞ୍ଜର ଅରବିନ୍ଦ ନାୟକ ମୁଖ୍ୟ ଅତିଥି, ସରପଞ୍ଚ ଉମାକାନ୍ତ ମେହେର, ପ୍ରଧାନ ଶିକ୍ଷକ ନବୀନ କୁମାର ମାଝି ସମ୍ମାନୀତ ଅତିଥି ଓ ମୁଖ୍ୟ ବକ୍ତା ଭାବେ ସମ୍ବାଦ ପ୍ରତିନିଧି କପିଳ ସୁନା ଯୋଗ ଦେଇଥିଲେ। ସେମାନେ ସେଠାରେ ଯୋଗ ଦେଇ ଜଙ୍ଗଳ, ପରିବେଶ ସୁରକ୍ଷା, ବୃକ୍ଷ ରୋପଣର ମହତ୍ତ୍ୱକୁ ନେଇ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଗହଣରେ ବୃକ୍ଷ ରୋପଣ ସହିତ ପରିବେଶ ସମ୍ପର୍କିତ କୁଇଜ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଶିକ୍ଷୟତ୍ରୀ ବୀଣାପାଣି ଭୋଇ, ତୃପ୍ତିରାଣୀ ଯୋଶୀ, ଅନିଭା ବେହେରା, ଶିକ୍ଷକ ରାଧେଶ୍ୟାମ ରାଉତ, ମନୋଜ କୁମାର ସାହୁ, ପୁନମ ଚାନ୍ଦ ମାଝି, ମନୋରଞ୍ଜନ ମାଝି, ରେମାନନ୍ଦ କୁମ୍ଭାର, ଜୟନ୍ତ ସାହୁ, ସୁଶାନ୍ତ ବେହେରା, ଜଗନ୍ନାଥ ବିଶ୍ବାଳ, ଚୈତନ୍ୟ ସା ସମେତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସଂସ୍କୃତ ଶିକ୍ଷକ ମଧୁସୁଦନ ସାହୁ ଧନ୍ୟବାଦ ଦେଇଥିଲେ।