କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ବାଇକ ଭାରସାମ୍ୟ ହରାଇ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।
କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତର ପଠାଇ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି। ଘଟଣାସ୍ଥଳକୁ ଦେଖିଲେ ଏହି ଦୁର୍ଘଟଣା ରାତି ସମୟରେ ହୋଇଥିବା ସନ୍ଦେହ କରାଯାଉଛି । ଗୋଟିଏ ବାଇକରେ ଦୁଇ ଜଣ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିବା ବେଳେ ରାସ୍ତା ପାର୍ଶ୍ଵରେ ଥିବା ରୋଡ ଡିଭାଇଡର ରେ ବାଡେଇ ହୋଇ ବାଇକ ଚାଷ ଜମିକୁ ପଶିଯାଇଛି । ପ୍ରାୟ ୬ ରୁ ଅଧିକ ସିମେଣ୍ଟ ରେ ତିଆରି ରୋଡ ଡିଭାଇଡର ଭାଙ୍ଗିଥିବାରୁ ଜଣାଯାଉଛି ଯେ ଦୁର୍ଘଟଣା କେମିତି ହୋଇଥିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat.jpg)