ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ପୁଇଁତଲା ଛକ ନିକଟରେ ଅଘଟଣ। ଛିଡ଼ା ହୋଇଥିବା ଏକ ଟ୍ରକକୁ ପିଟିଲା  ୧୦୮ ଆମ୍ବୁଲାନ୍ସ। ଯାହାଫଳରେ ଆମ୍ବୁଲାନ୍ସରେ ହସପିଟାଲକୁ ଆସୁଥିବା ଗୁରୁତର ବ୍ୟକ୍ତିଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହୋଇଥିବା ବେଲେ ଆଉ ଜଣେ ଆହତ ହୋଇଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପ୍ରସନ୍ନ ମହାପାତ୍ର, କୌଣସି କାମରେ ସୋନପୁରକୁ ଆସିଥିବା ବେଳେ ବାଇକ ଦୁର୍ଘଟଣାରେ ଶିକାର ହୋଇଥିଲେ। ଖବର ପାଇ ତରଭା ଗାଁରେ ରହୁଥିବା ପ୍ରସନ୍ନଙ୍କ ସାଙ୍ଗ ନାରାୟଣ ମାହାଣା, ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆଜି ଭୋର ସମୟରେ ୧୦୮ ଆମ୍ବୁଲାନ୍ସରେ ସୋନପୁର ହସ୍ପିଟାଲରୁ ବଲାଙ୍ଗୀରକୁ ନିଜ ସାଙ୍ଗ ପ୍ରସନ୍ନକୁ ଧରି ଆସୁଥିଲେ ନାରାୟଣ।

ପୁଇଁତଲା ଛକ ଠାରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ। ଏହାଫଳରେ ଆଗରୁ ଦୁର୍ଘଟଣାରେ ଗୁରୁତର ହୋଇଥିବା ପ୍ରସନ୍ନ ମହାପାତ୍ର ଆହୁରି ଗୁରୁତର ହୋଇଥିବା ବେଳେ ସାଙ୍ଗ ନାରାୟଣଙ୍କ ମୁଣ୍ଡ ଫାଟି ଯାଇଛି। ଉଭୟ ଆହତଙ୍କୁ ପୁଣି ଏକ୧୦୮ ଆମ୍ବୁଲାନ୍ସରେ ଆଣି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଗୁରୁତର ପ୍ରସନ୍ନଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଛି।ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛି।