ଦେଓଗାଁ: ବଡ଼ ଘର ବଡ଼ ଗୁମୁର କଥା। ରାଜ ମହଲରୁ ଯାଇ ଗାଁ ଦାଣ୍ଡରେ ଗଡୁଛି ରାଜା ଘର କଳି। ପାରିବାରିକ ବିବାଦ ରାଜନୈତିକ ଲଢେ଼ଇରେ ଏବେ ପରିଣତ ହୋଇଛି। ଦେଢ଼ଶୁରଙ୍କ ବିରୁଦ୍ଧରେ ପ୍ରଚାର କରୁଛନ୍ତି ଭାଇ ବୋହୂ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଲକରେ। ଦିନେ ଯିଏ ସ୍ୱାମୀ ଓ ଦେଢ଼ଶୁର ସପକ୍ଷରେ ନିର୍ବାଚନରେ ବିଜୟୀ କରିବା ପାଇଁ ଗାଁ ଗାଁ ରେ ଭୋଟ ଭିକ୍ଷା କରୁଥିଲେ, ଆଜି ସେ ତାଙ୍କୁ ଭୋଟ ନ ଦେବାକୁ ଗାଁକୁ ଆସି ପ୍ରଚାର କରୁଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଆଲୋଚନା ଜାରି ରହିଛି।
ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଆଦରିଜା ସିଂହଦେଓ ଆଜି ରାତି ୮ ଟାରେ ଦେଓଗାଁ ବ୍ଳକର ଜରସିଂହା ଗାଁକୁ ଆସି ବିଭିନ୍ନ ପଡ଼ାରେ ବୈଠକ କରି ଏକ ପୋଷ୍ଟର ବାଣ୍ଟିବା ସହ ପରିବାର ନିର୍ଯାତନାର ନ୍ୟାୟ ଭିକ୍ଷା ପାଇଁ ଆସିଛି କହି ଲୋକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଏପରିକି ସେ ନିଜ ପରିବାରର ସଦସ୍ୟ ଙ୍କୁ ଭୋଟ ନ ଦେବା ପାଇଁ ମହିଳାମାନଙ୍କୁ ନିବେଦନ ବି କରିଛନ୍ତି। ତେଣେ ଆଗରୁ ଆଦରିଜା ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ଟାରେଗ୍ଟ୍ କରି କହିଥିଲେ ମୋତେ ନିର୍ଯାତନା ଦେଇଥିବା ପରିବାରର ସଦସ୍ୟଙ୍କୁ କାହିଁକି ଓ କିପରି ବିଜେଡି ଟିକେଟ ଦେଇଛି ବୋଲି ପ୍ରଶ୍ନ କରିଥିଲେ।
ଗାଁ ଦାଣ୍ଡରେ ରାଜାଘର କଳି: ଦେଢ଼ଶୁରଙ୍କୁ ଭୋଟ୍ ନ ଦେବା ଲାଗି ଲୋକଙ୍କୁ ନିବେଦନ କଲେ ଭାଇବୋହୂ
/sambad/media/post_attachments/wp-content/uploads/2024/05/b8c7f8b0-3006-49e3-ba1a-869e1a7adaaa.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)