ହାତୀ ଉପଦ୍ରବ, ଭୟରେ କ୍ଷେତକୁ ଯାଉ ନାହାନ୍ତି ଚାଷୀ

ଦେଓଗାଁ: ଦେଓଗାଁ ବ୍ଲକ୍‌ର ବିଭିନ୍ନ ଗାଁର ଚାଷ ଜମିରେ ହାତୀ ଉପଦ୍ରବ ଲାଗି ରହିଛି। ପଳରେ ଭୟଭୀତ ହୋଇ ଚାଷୀମାନେ ସେମାନଙ୍କ କ୍ଷେତକୁ ଯାଉ ନାହାନ୍ତି। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେଉ ନାହିଁ ବନ ବିଭାଗ। ଦେଓଗାଁ ବ୍ଲକ୍‌ ଗାଈବାହାଲ ପଞ୍ଚାୟତର ରାଏପାଲି ଗାଁର ଧନୋବର ପଧାନ ଓ ବିପିନ ଧରୁଆଙ୍କ ଚାଷ ଜମିକୁ ନଷ୍ଟ କରି ଦେଇଛନ୍ତି। ନିଟକରେ ଥିବା ଶିବ ମନ୍ଦିର ପାଖ ଭାଲୁ ଡୁଙ୍ଗୁରୀରେ ହାତୀପଲ ରହିଛନ୍ତି। ଉଡ଼ାର ପଞ୍ଚାୟତର ବ୍ରାହ୍ମଣୀପାଲି, ବାଞ୍ଜିପାଲି ଉପରଝର ପଞ୍ଚାୟତର ଫଟାମୁଣ୍ଡା, ରେଙ୍ଗାଲିରେ ୫ ଦିନରୁ ଅଧିକ ହେଲା ହାତୀ ଉପଦ୍ରପ ଜାରି ରହିଛି। ଚାଷ ଜମିରୁ ଧାନ କାଟି ଖଳାରେ ରଖାଯାଇଥିବା ବେଳେ ସେହି ଧାନକୁ ହାତୀମାନେ ନଷ୍ଟ କରି ଦେଉଛନ୍ତି।

ସମ୍ବନ୍ଧିତ ଖବର